ଜଙ୍ଗଲର ବାଉନ୍ସର, ଓଜନ ୬୦୦ କେଜିରୁ ଅଧିକ

ଜଙ୍ଗଲ ବାଉନ୍ସର ଆପଣ କେବେ ଦେଖିଛନ୍ତି କି ? ଭାବୁଥିବେ, ଜଙ୍ଗଲ ବାଉନ୍ସର ପୁଣି କିଏ, ଆମେ ତ ଏହା ବିଷୟରେ ପୂର୍ବରୁ କେବେ ଶୁଣିନୁ। ଏବେ ଏକ ଫଟୋ ଭାଇରଲ ହେଉଛି, ଯେଉଁଥିରେ ଜଙ୍ଗଲ ବାଉନ୍ସରକୁ ଦେଖିବାକୁ ମିଳିଛି। ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

ଏହି ଫଟୋ ସୋସିଆଲ ମିଡିଆରେ IFS ପରବିନ କାସବାନ ସେୟାର କରିଛନ୍ତି। ଫଟୋ ସେୟାର କରି କ୍ଯାପସନ ଲେଖିଛନ୍ତି, Do you lift bro !! Forests own bouncer. Bos gaurus।

ଏହି ଫଟୋ ଏକ ଜଙ୍ଗଲୀ ମଇଁଷିର ରହିଛି। ଯାହାର ଶରୀର ଜିମ୍ ଯାଉଥିବା ଜଣେ ମଲଯୋଦ୍ଧାଙ୍କ ଭଳି। ଏହାର ଓଜନ ୬୦୦ କିଲୋ ଓଜନରୁ ଅଧିକ। ଏହି ମଇଁଷି ବହୁତ ଶାନ୍ତି। କିନ୍ତୁ ଯାହା ଉପରେ ଥରେ ରାଗିଯାଏ, ତେବେ ବହୁତ ଅବସ୍ଥା ହୋଇଯାଏ।

ଲୋକଙ୍କୁ ତାଙ୍କ ଟ୍ବିଟ୍ ବେଶ ପସନ୍ଦ ଆସିଛି। ଲୋକେ କମେଣ୍ଟ କରି ଏହାକୁ ବାଉନ୍ସର ବୋଲି କହୁଛନ୍ତି। ଆଉ କିଏ ଏହା ଜିମ୍ ଯାଉଛି ବୋଲି ମଧ୍ୟ ପ୍ରଶ୍ନ କରୁଛି। ଆଉ କିଏ ଏହାକୁ ବାହୁବଲୀ ବୋଲି ମଧ୍ୟ କହୁଛି।

Leave A Reply

Your email address will not be published.