ଦୀର୍ଘ ଦିନର ନୀରବତା ପରେ ପୁଣି ନିଜର ସ୍ଥିତି ଜାହିର କଲା ଲାଲ ବାହିନୀ, ପିଏଲଜିଏ ସପ୍ତାହ ପୂର୍ବରୁ ନିର୍ମାଣ କଲା ସହିଦ ସ୍ତମ୍ଭ
ମାଲକାନଗିରି(କେନ୍ୟୁଜ୍): ପିଏଲଜିଏ ସପ୍ତାହ ପୂର୍ବରୁ ସହିଦ ସ୍ତମ୍ଭ ନିର୍ମାଣ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ସହିଦ ସପ୍ତାହ ପାଳନ କରିବେ।ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜିଲ୍ଲାର ସୀମାନ୍ତ ଗ୍ରାମଗୁଡିକରେ ନୂତନ ସହିଦସ୍ତମ୍ଭ ନିର୍ମାଣ କରିବା ସହ ପୁରୁଣା ସହିଦ ସ୍ତମ୍ଭକୁ ରଙ୍ଗ ଦେବାର ଦେଖିବାକୁ ମିଳିଛି।
ଏହି ସ୍ତମ୍ଭ ଗୁଡିକରେ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ମାଓବାଦୀଙ୍କ ନା ରହିଛି।ସହିଦ ସପ୍ତାହ ମାଓବାଦୀ ବିଭିନ୍ନ ଗ୍ରାମରେ ସହିଦ ଦିବସ ପାଳନ କରାଯିବ ନେଇ ଆହ୍ୱାନ ଦେଇଛନ୍ତି।ଏହି ସମୟରେ ମାଓବାଦୀ ମାନେ ବିଭିନ୍ନ ହିଂସା କାଣ୍ଡ ଘଟାଇବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥାନ୍ତି।ଏହା ସହ ମାଓ ପ୍ରବଣ ଗାଁ ଗୁଡିକରେ ନାଚ ଗୀତ କରି ନିଜ ଦଳକୁ ମଜବୁତ କରିବା ପାଇଁ ସାଧାରଣ ଯୁବ ଗୋଷ୍ଠୀକୁ ସାମିଲ କରିଥାନ୍ତି।