ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଚଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଯାହାକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି। ପ୍ରାକ୍ଟିକାଲ ମାର୍କ ଅପଲୋଡ୍ ଚାଲିଥିବା ବେଳେ ପରୀକ୍ଷାର୍ଥୀଙ୍କ ଦଶମ ଶ୍ରେଣୀ ମାର୍କ ସଂଗ୍ରହ ହେଉଛି। ତେବେ କେତେକ କଲେଜ କର୍ତ୍ତୃପକ୍ଷ ପରିଷଦକୁ ସହଯୋଗ କରୁ ନ ଥିବା ନଜରକୁ ଆସିଛି। ଏମିତିକି ପରୀକ୍ଷା ନିୟନ୍ତ୍ରକଙ୍କ ଚିଠିକୁ ବି ବେଖାତିର କରୁଛନ୍ତି। ତେଣୁ ଉଚ୍ଚମାଧ୍ୟମିକ ଶିକ୍ଷା  ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସାହୁ ଆଜି ସମସ୍ତ ଯୁକ୍ତ୨ କଲେଜ ମୁଖ୍ୟଙ୍କୁ ପତ୍ର ଲେଖିବା ସହ ଯୁକ୍ତ୨ ମୂଲ୍ୟାୟନରେ ସହଯୋଗ କରିବାକୁ କହିଛନ୍ତି।

ସେ କହିଛନ୍ତି  ନିର୍ଧାରିତ ସମୟ ସୁଦ୍ଧା ଫଳ ପ୍ରକାଶ କରିବାକୁ ପଡ଼ିବ। ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହାକୁ ଗୁରୁତର ସହ ନେବାକୁ ପଡିବ।ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଆମ ଦାୟିତ୍ବ ବଢ଼ିଯାଇଛି।ତେଣୁ ହାତରେ ବହୁତ କମ୍‌ ସମୟ ରହିଥିବାରୁ ମାର୍କ ସଂଗ୍ରହ, ଟାବୁଲେସନ କରିବା ଆଦି ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ତେଣୁ ସମସ୍ତେ ସହଯୋଗ କରିବା ସହ ପରୀକ୍ଷା ନିୟନ୍ତ୍ରକ ମାଗୁଥିବା ତଥ୍ୟ ତୁରନ୍ତ ନିର୍ଭୁଲ ଭାବେ ଦାଖଲ କରନ୍ତୁ। ଆପଣମାନେ ଦାୟିତ୍ବ ନିଜ କାନ୍ଧରେ ନେଇ କାର୍ଯ୍ୟ କଲେ ଜୁଲାଇ ୩୧ ସୁଦ୍ଧା ଆମେ ପରୀକ୍ଷା ଫଳ ପ୍ରକାଶ କରିପାରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.