୧୫ ହଜାର ଟଙ୍କାରୁ ମଧ୍ୟ କମ୍ ଦାମରେ ମିଳୁଛି ଏହି ସବୁ ସ୍ମାର୍ଟ ଟିଭି, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ଆଜିକାଲି ସ୍ମାର୍ଟ ଟିଭି ବହୁତ ଶସ୍ତା ହୋଇଯାଇଛି । ଆଜିକାଲିର ଏହି ସ୍ମାର୍ଟ ଟିଭି ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବଢାଇବା ସହିତ ଆପଣଙ୍କୁ ଅନେକ ଫିଚର୍ସର ସୁବିଧା ମଧ୍ୟ ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ସ୍ମାର୍ଟ ଟିଭି ସମ୍ପର୍କରେ ଜଣାଇବୁ ଯାହା ଜବରଦସ୍ତ ଫିଚର୍ସ ସହିତ ମାତ୍ର ୧୫ ହଜାର ଟଙ୍କାରୁ ମଧ୍ୟ କମ୍ ଦାମରେ ମିଳୁଛି । ଏହି ସ୍ମାର୍ଟ ଟିଭି ଓଟିଟି ଆପ୍, ଗୁଗଲ ଆସିଷ୍ଟାନ୍ସ, ୱାଇଫାଇ ଓ ବିଲ୍ଟ-ଇନ୍ କ୍ରୋମକାଷ୍ଟ ଭଳି ଫିଚର୍ସ ସହିତ ଆସୁଛି । ଏହି ସମସ୍ତ ସ୍ମାର୍ଟ ଟିଭି ଆପଣଙ୍କୁ ଅନଲାଇନ୍ ପ୍ଲାଟଫର୍ମରେ ମିଳିଯିବ ।

Infinix X1

ଇନଫିନିକ୍ସର ଏହି ୩୨ ଇଞ୍ଚ ସ୍ମାର୍ଟ ଟିଭି EPIC 2.0 picture engine ଓ ଏଚଡିଆର୍ ସପୋର୍ଟ ସହିତ ଆସୁଛି । ଏହି ଟିଭି ଗୁଗଲ ଆସିଷ୍ଟାନ୍ସ, ଇନ୍-ବିଲ୍ଟ କ୍ରୋମକାଷ୍ଟ, ୱାଇ ଫାଇ, ୟୁଏସବି ଓ ଏଚଡିଏମଆଇ ପୋର୍ଟ ଭଳି ଫିଚର୍ସ ସହିତ ଆସିଥାଏ । ଇନଫିନିକ୍ସର ଏହି ଟିଭିର ଦାମ୍ ୧୪,୪୯୯ ଟଙ୍କା ।

iFFALCON by TCL

କମ୍ପାନୀର ଏହି ସ୍ମାର୍ଟ ଟିଭି ଗୁଗଲ ଆସିଷ୍ଟାନ୍ସ ଓ ବିଲ୍ଟ-ଇନ୍ କ୍ରୋମକାଷ୍ଟକୁ ସପୋର୍ଟ କରିଥାଏ । ଏଥିରେ ୟୁଜର ନେଟଫ୍ଲିକ୍ସ, ଡିଜନୀ ପ୍ଲସ୍ ହଟଷ୍ଟାର ଓ ୟୁଟ୍ୟୁବ୍ ଭଳି ଓଟିଟି ଆପର ମଜା ଉଠାଇ ପାରିବେ । କନେକ୍ଟିଭିଟି ପାଇଁ ଏହି ଟିଭିରେ ଏଚଡିଏମଆଇ ଓ ୟୁଏସବି ପୋର୍ଟ ସାମିଲ । ଏହା ସହିତ ଏହି ଟିଭିରେ ୨ ସ୍ପିକର୍ସ ଦିଆଯାଇଛି । ଏହା ଡଲବି ସାଉଣ୍ଡ ସପୋର୍ଟ ସହିତ ଆସିଥାଏ । କମ୍ପାନୀର ଏହି ଟିଭିର ଦାମ୍ ୧୪,୪୯୯ ଟଙ୍କା ।

mi led tv

Mi 4A PRO

ଏମଆଇର ଏହି ସ୍ମାର୍ଟ ଟିଭିରେ ୩୨ ଇଞ୍ଚର ଡିସପ୍ଲେ ଦିଆଯାଇଛି ଯାହା ଗୁଗଲ ଆସିଷ୍ଟାନ୍ସ ଓ ବିଲ୍ଟ ଇନ୍ କ୍ରୋମକାଷ୍ଟ ସପୋର୍ଟ କରିଥାଏ । ଏହି ସ୍ମାର୍ଟ ଟିଭି ୧ ଜିବି ରାମ ଓ ୮ ଜିବି ଷ୍ଟୋରେଜ୍ ସହିତ ଆସିଥାଏ । ଏଥିରେ ୨ ସାଉଣ୍ଡ ସ୍ପିକର୍ସ ଓ ଏଚଡିଏମଆଇ ପୋର୍ଟ ସାମିଲ । ଏହା ସହିତ ଏହି ଟିଭିରେ ନେଟଫ୍ଲିକ୍ସ, ଡିଜ୍ନୀ ପ୍ଲସ୍ ହଷ୍ଟଷ୍ଟାର୍ ଓ ୟୁଟ୍ୟୁବ୍ ଭଳି ଓଟିଟି ଆପର ଆକ୍ସେସ ମଧ୍ୟ ମିଳିଥାଏ । ଏମଆଇର ଏହି ସ୍ମାର୍ଟ ଟିଭିର ଦାମ୍ ୧୪,୯୯୯ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.