ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ କେବେ ହଟିବ ପରଦା । ଘଟଣାକୁ ୯ ଦିନ ବିତିଯାଇଥିଲେ ବି ରହସ୍ୟ ଉପରୁ ପରଦା ହଟିବ କ’ଣ, ଅଧିକ ବଢୁଛି । ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି କରିଥିବାବେଳେ ଗଜପତି ପୋଲିସକୁ ସହାୟତା କରିବା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍ ଆସିଛି ।
ଗତକାଲି ପୋଲିସ ଡିଜିଙ୍କୁ ଭେଟିି ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅନୁରୋଧ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତରେ ଗଜପତି ପୋଲିସକୁ ସହଯୋଗ ପାଇଁ ପହଞ୍ଚିଛି ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ସେମାନେ ପ୍ରଥମେ ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ତଦନ୍ତ କରୁଥିବା ଟିମ୍କୁ ବୈଷୟିକ ସହଯୋଗ କରିବ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାସ୍ଥଳରୁ ଗଜପତି ପୋଲିସର ସାଇଣ୍ଟିଫିକ୍ ଟିମ୍ ରିପୋର୍ଟ, ବ୍ୟବଛେଦ ରିପୋର୍ଟ ସମେତ କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନକୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତର୍ଜମା କରୁଛନ୍ତି। ମୃତ ସୌମ୍ୟଙ୍କ ସମେତ ତାଙ୍କ ପତ୍ନୀ ବିଦ୍ୟାଭରାତୀ ଏବଂ ସ୍କାନରରେ ଥିବା ବନ ଅଧିକାରୀଙ୍କ କଲ୍ ଡିଟେଲ୍ସ ରିପୋର୍ଟ କ୍ରାଇମବ୍ରାଞ୍ଚ ଟିମ୍ ମଗାଇଥିବା ସୂଚନା ମିଳିଛି। ଘଟମାରେ ଆଇଆଇସି ମମତା ପଣ୍ଡାଙ୍କ ସଂପୃକ୍ତି ନେଇ ମଧ୍ୟ ତଦନ୍ତ ହେବ।