ବିଜିନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ହାତରେ ପର୍ଣ୍ଣ ଭିଡି଼ଓ କରି ଟଙ୍କା ରୋଜଗାର କରିବା ଅଭିଯୋଗ ଆସିଛି । ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ ରାଜ । ମୁମ୍ବାଇ ପୋଲିସର କହିବା ଅନୁଯାୟୀ ପର୍ଣ୍ଣ ଭିଡିଓ କରି କେତେକ ଆପରେ ପବ୍ଲିସ କରିବାରେ ମାହିର ଥିଲେ ରାଜ କୁନ୍ଦ୍ରା । ଏହି କାମରୁ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରୁଥିଲେ । ଏମିତିକି ପ୍ରତିଦିନ ପାଖାପାଖି ୧୨ ଲକ୍ଷ ଟଙ୍କା ରାଜଙ୍କ ପକେଟକୁ ଆସୁଥିଲା । ବୁଧବାର କ୍ରାଇମବ୍ରାଞ୍ଚ ଟିମ ମୁମ୍ବାଇସ୍ଥିତ ବିଆନ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଅଫିସ ଉପରେ ଚଢ଼ାଉ କରିବା ସହ ଅନ୍ୟ କେତେ ଗୁଡିଏ ଠିକଣା ଉପରେ ମଧ୍ୟ ତନାଘନା କରିଥିଲେ । ଖବର ମୁତାବକ ପୋଲିସ ରାଜଙ୍କ ଅଫିସର କେତେ ଗୁଡିଏ ହାର୍ଡ଼ ଡିସ୍କକୁ ସିଜ କରିଛି । କହିରଖିବା ଉଚିତ ହେବକି ୨୦୨୧ ରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଥିଲା । ମୁମ୍ବାଇରେ ପୋଲିସ ଫେବୃଆରୀ ମାସରେ ଉମେଶ କାମତଙ୍କୁ ପର୍ଣ୍ଣ ରାକେଟ ଚଳାଇବା ଅଭିଯୋଗରେ ଗିରଫ କରିଥିଲା ।
ତାଙ୍କରି ଜରିଆରେ ହିଁ ରାଜ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା । ଲକ ଡାଉନ ସମୟରେ ହିଁ ରାଜ ଏହି କାମ ଆରମ୍ଭ କରିଥିଲେ । ମଡେଲ ମାନଙ୍କୁ ଫିଲ୍ମ କିମ୍ବା ୱେବସିରିଜ ମାନଙ୍କରେ କାମ ଦେବା ବାହାନାରେ ବଙ୍ଗଳାକୁ ଡକା ଯାଉଥିଲା | ଆଉ ଅଡିସନ ବାହାନାରେ ସେମାନଙ୍କୁ ନ୍ୟୁଡ଼ ଫିଲ୍ମ ସୁଟ କରିବାକୁ ବାଧ୍ୟ କରାଯାଉଥିଲା । ପୂର୍ବରୁ ଏହି କାମ ରୁ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର ହେଉଥିବା ବେଳେ ପରେ ଏହା ବୃଦ୍ଧି ପାଇ ୬ ରୁ ୮ ଲକ୍ଷରେ ପହଞ୍ଚିଥିଲା | ରାଜଙ୍କ ଆକାଉଣ୍ଟ ଗୁଡିକୁ ବି ସିଜ କରି ଦିଆଯାଇଥିଲା ।ପଚରାଉଚୁରାରୁ ଜଣାଯାଇଛିଯେ ୨୦୧୯ ରେ ସେ ଆର୍ମସ ପ୍ରାଇମ ମିଡିୟା ଲିମିଟେଡ଼ ନାଁରେ ଏକ କମ୍ପାନୀ ସ୍ଥାପନ କରିଥିଲେ | ଆଉ ହଟସର୍ଟସ ନାଁରେ ଡେଭଲପ କରିଥିଲେ ରାଜ । ହଟସର୍ଟସରେ ପେଡ଼ ସବସ୍କ୍ରାଇବ୍ରର୍ସ ଜରିଆରେ ଟଙ୍କା ଆଦାୟକୁ ମେଣ୍ଟେନାନ୍ସ ନାଁରେ ଦେଖାଯାଉଥିଲା । ଏହି ତରିକାରେ ସେମାନେ କାମ କରୁଥିଲେ । ଏହି ମେଣ୍ଟେନାନ୍ସ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ବିଆନ କମ୍ପାନୀର ୧୩ଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ହେଉଥିଲା । କେତେ ଗୁଡି଼କୁ ଆକାଉଣ୍ଟ ଜରିଆରେ ଅର୍ଥ ରାଶି ରାଜଙ୍କ ଆକାଉଣ୍ଟକୁ ଆସୁଥିଲା ।
କେମିତି ଧରା ପଡ଼ିଥିଲେ ରାଜ:
ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲାକି ମଡ଼ ଗାଁ ସ୍ଥିତ ଏକ ଭଡା ଘରେ ଅଶ୍ଳୀଳ ଫିଲ୍ମ ସୁଟିଙ୍ଗ ଚାଲିଛି । ଯାହା ପରେ କ୍ରାଇମ ବ୍ରାଞ୍ଚ ଟିମ ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ଟିମ ପହଂଚି ଦେଖିଥିଲେକି ନ୍ୟୁଡ ଫିଲ୍ମର ସୁଟିଙ୍ଗ ଚାଲିଛି । ଯାହା ପରେ ଧରା ପଡ଼ିଥିଲେ ରାଜ ଆଉ ତାଙ୍କ ଟିମ ।