ଢ଼େଙ୍କାନାଳ (କେନ୍ୟୁଜ) : ପ୍ରସିଦ୍ଧ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ। ହାର୍ଟରେ ତିନିଟି ବ୍ଳକେଜ ଥିବା ବେଳେ ଲିଭର ପ୍ରତ୍ୟାରୋପଣ କରାଯିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଗତ ଏକ ବର୍ଷ ଧରି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଶେଷରେ କିମ୍ସରେ ଚିକିତ୍ସିତ ହୋଇ ଏବେ ଘରେ ଅଛନ୍ତି। ତେବେ ଦୁଇ ସପ୍ତାହ ମଧ୍ୟରେ ତାଙ୍କର ହୃଦରୋଗର ଚିକିତ୍ସା କରାଯିବା ସହିତ ଲିଭର ପ୍ରତ୍ୟାରୋପଣର ଆବଶ୍ୟକତା ରହିଛି । ଏଥିପାଇଁ ଦିଲ୍ଲୀରେ ଚିକିତ୍ସା କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
ଯେଉଁଥିରେ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଏତେ କମ ସମୟ ମଧ୍ୟରେ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରୁନାହିଁ। ତେଣୁ ଚିକିତ୍ସା ପାଇଁ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ।
ଆପଣଙ୍କ ଗୋଟିଏ ସାହାଯ୍ୟ ଜଣଙ୍କର ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବ। ଆପଣ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତାର ହାତ ବଢ଼ାନ୍ତୁ। ଯଦି ଆପଣ ବି ଶକ୍ତି ମିଶ୍ରଙ୍କ ଚିକିତ୍ସାରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଆକାଉଣ୍ଟ ନମ୍ବରରେ ପଠାଇପାରିବେ।