ଦେଶରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି, କେରଳ ଅବସ୍ଥା ଅଣାୟତ୍ତ

ନୂଆଦିଲ୍ଲୀ :  ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିଛି । ଗତ ଦୁଇଦିନ ତଳେ ୪୩ ହଜାରରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ପୂର୍ବ ଦିନର ସଂକ୍ରମଣକୁ ଅନୁଧ୍ୟାନ କଲେ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ରିପୋର୍ଟ କରାଯାଇଛି । ତେବେ ଏଥିରେ ୫ଟି ରାଜ୍ୟରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ମିଜୋରାମ, ତାମିଲନାଡୁ ଏବଂ ଓଡ଼ିଶା । ଏହି ସମୟ ମଧ୍ୟରେ ଚିହ୍ନଟ ହୋଇଥିବା ମାମଲ ମଧ୍ୟରୁ ସର୍ବାଧିକ ୭୭ % ହେଉଛନ୍ତି କେରଳର ।

କେରଳରେ ସର୍ବାଧିକ ୨୨ ହଜାର ୧୨୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬,୨୫୮, ମିଜୋରାମରେ ୧୮୪୫ ତାମିଲନାଡ଼ୁରେ ୧୭୬୭ ଏବଂ ଓଡ଼ିଶାରେ ୧୬୨୯ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୩,୯୯,୪୩୬। ମହାରାଷ୍ଟ୍ରରେ ସର୍ବାଧିକ ୨୫୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଛି।

ଦେଶରେ ଆରୋଗ୍ୟ ହାର ୯୭.୩୯ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୪୧,୬୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍ ୩,୦୬,୬୩,୧୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ନିୟନ୍ତ୍ରଣ ବାହାରକୁ କେରଳ ଚାଲିଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.