କେନ୍ୟୁଜ୍(ବ୍ୟୁରୋ): ଆସିଲା ଅଗଷ୍ଟମାସ ଗାଇଡଲାଇନ। ସବୁ ଦିଗକୁ ଲକ୍ଷ୍ୟ କରି ରାଜ୍ୟ ସରକାର କେହାଳ କରିଛନ୍ତି କଟକଣା। ତେବେ କଣ କଣ ଖୋଲିବ ଓ କଣ ରହିବ କଟକଣା ନଜର ପକାନ୍ତୁ।
ସାରା ରାଜ୍ୟରେ ସିନେମା ହଲ,ପାର୍କ, ସମୁଦ୍ରକୂଳ, ମଲ୍ ଓ ବଡ଼ ବଡ଼ ବ୍ୟକସାୟିକ ପ୍ରତିଷ୍ଠାନ ଇତ୍ୟାଦି ଖୋଲିବ । ସେହିପରି ଯାତ୍ରା ରଙ୍ଗମଞ୍ଚ ୫୦ ପ୍ରତିଶତ ଦର୍ଶକରେ ଚାଲିପରିବ । ଫିଲ୍ମ ହଲ ଓ ଅନ୍ୟାନ ଆବଦ୍ଧ ହଲ ୫୦ ପ୍ରତିଶତ ଦର୍ଶକରେ ଖୋଲି ପାରିବ। ତେବେ କରୋନା ଗାଇଡ଼ ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।
- କୋଭିଡ୍ କଟକଣାରେ ଖୋଲିବ ଧର୍ମାନୁଷ୍ଠାନ
- ଅଗଷ୍ଟ ମାସରେ ସାରା ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଜାରି ରହିବ
- ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ନାଇଟ୍ କର୍ଫ୍ୟୁ
- ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍
- ସପ୍ତାହାନ୍ତ ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ
- ସାରା ରାଜ୍ୟରେ ଦୋକାନ ବଜାର ଓ ମଲ୍ ଖୋଲିବ
- ଧାର୍ମିକ, ରାଜନୈତିକ ଓ ସାମାଜିିକ ସମାବେଶ ହେବ ନାହିଁ
- ପ୍ରଦର୍ଶନୀ, ମେଳା ମହୋତ୍ସବ ଆୟୋଜନ ବାରଣ
- ଅଗଷ୍ଟରେ ପାର୍କ, ବିଚ୍ ଖୋଲା ରହିବ
- ପାର୍କ ଓ ବିଚ୍ରେ କୋଭିଡ୍ ଗାଇଡଲାଇନ୍ ମାନିବେ
- ଆହାର କେନ୍ଦ୍ର ଖୋଲା ରହିବ
- ସିନେମା ହଲ୍ ୫୦ ପ୍ରତିଶତ କ୍ଷମତାରେ ଖୋଲିବ
- ମଲ୍ରେ କୋଭିଡ୍ ଗାଇଡଲାଇନ୍ ମାନିବେ
- ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍ ଖୋଲିବ
- ରେସ୍ତୋରାଁ, ବାର୍, ହୋଟେଲ୍ ୫୦% କ୍ଷମତା ସହ ଖୋଲିବ
- ସିନେମା ହଲ୍, ଥିଏଟର, ନାଟ୍ୟଶାଳା, ସମ୍ମିଳନୀ କକ୍ଷ ୫୦% କ୍ଷମତା ସହ ଖୋଲିବ
- ସିନେମା ହଲ୍, ଥିଏଟର, ହୋଟେଲ, ରେସ୍ତୋରାଁ, ବାର୍ ମାଲିକ କୋଭିଡ୍ ନିୟମ ପାଳନ ସୁନିଶ୍ଚିତ କରିବେ
- ଭୁବନେଶ୍ୱର, କଟକ ଓ ପୁରୀ ସହରରେ ହୋଟେଲ୍, ମଲ୍,ବାର୍, ଢାବାରେ ପ୍ରବେଶ ପାଇଁ ପ୍ରାପ୍ତ ବୟସ୍କଙ୍କୁ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ବାଧ୍ୟତାମୂଳକ
- ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ
- ପୁରୀ ଓ ଲିଙ୍ଗରାଜ ମନ୍ଦିର ପାଇଁ ପରିଚାଳନା କମିଟି ନେବେ ନିଷ୍ପତ୍ତି
- ସେପ୍ଟେମ୍ବର ୧ ଯାଏ ବଳବତ୍ତର ରହିବ ଏହି ଗାଇଡ୍ଲାଇନ୍