କଟକ (କେନ୍ୟୁଜ): କଟକ ସହରରେ ଖୋଲିଲା ଧର୍ମାନୁଷ୍ଠାନ। ସକାଳ ୬ଟାରୁ ରାତି ୮ଟା ଯାଏ ମନ୍ଦିର ଖୋଲା ରହିବ। କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। କିନ୍ତୁ ସପ୍ତାହାନ୍ତ ସଟଡାଉନରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦର୍ଶନ ବେଳେ କୋଭିଡ ଗାଇଡଲାଇନର କଡ଼ାକ଼ଡ଼ି ପାଳନ ହେବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। ଶ୍ରଦ୍ଧାଳୁ ୬ଫୁଟର ସାମାଜିକ ଦୂରତା ରକ୍ଷା କରିବେ। ବାରମ୍ବାର ହାତ ସାନିଟାଇଜ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ଥିଲେ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ମନା।
ଏହା ସହିତ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି, ବୃଦ୍ଧ ଓ ୧୦ ବର୍ଷରୁ କମ ବୟସଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ମନ୍ଦିରକୁ ଭୋଗ ନେଇ ଯିବାକୁ ମଧ୍ୟ ମନା କରାଯାଇଛି। ଧର୍ମାନୁଷ୍ଠାନରେ ଏକାଥରରେ ୫୦ରୁ ଅଧିକ ଲୋକ ପ୍ରବେଶ କରପାରିବେ ନାହିଁ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ପ୍ରବେଶ ଓ ପ୍ରସ୍ଥାନ ପଥରେ ସାନିଟାଇଜର ରହିବ । ସେବକ, ସୁରକ୍ଷାକର୍ମୀଙ୍କ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।