ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର(କେନ୍ଯୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ହେଲା ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। କେବଳ ଡେ ଭିଜିଟରସ୍‌ ଭିତରକନିକା ଭ୍ରମଣ କରିପାରିବେ। କିନ୍ତୁ ରାତ୍ରଯାପନ ପାଇଁ ଅନୁମତି ଦିଆଯାଇନାହିଁ।

ଭିତରକନିକାରେ ପ୍ରବେଶ ପାଇଁ ହେଲେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ରାଜନଗର ବନଖଣ୍ଡ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.