ବେଆଇନ ମଦ ବେପାର କାରବାରରେ ଜଣେ ଗିରଫ

ଆଳି(କେନ୍ୟୁଜ ଓଡ଼ିଶା): ଦୀର୍ଘ ଦିନ ଧରି ବେଆଇନ ମଦ କାରବାର ଉପରେ ଲାଗିଲା ରୋକ। ଚାନ୍ଦବାଲି ରାସ୍ତାର ପତ୍ରପୁର ପୋଲ ତଳେ ଚୋରାମଦ କାରବାର ଚାଲୁଥିଲା। କେନ୍ଦ୍ରାପଡା ଜିଲ୍ଲା ଆଳି ଅବକାରୀ ବିଭାଗ ପକ୍ଷରୁ ଆଜି ଅଚାନକ ଚଢ଼ାଉ କରାଯାଇଛି। ଘଟଣା ସ୍ଥଳରୁ ୨୧୭ ଆସ୍କାଫର୍ଟି ମଦ ବୋତଲ ଜବତ କରାଯାଇଛି।

policee

ସୂଚନା ଅନୁଯାୟୀ, ଆଜି ସକାଳେ ଚୋରା ମଦ ବେପାରୀ ଧୀରେନ ମଲ୍ଲିକର ପତ୍ରପୁର ପୋଲତଳ ଘର ଉପରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରିଥିଲା । ଜିନିଷ ଜବତ କଲା ପରେ ମଦ ବେପାରୀ ଧୀରେନକୁ ପୋଲିସ ଗିରଫ କରିଛି। ତେବେ ଚଢ଼ାଉ ବେଳେ ଅବକାରୀ ବିଭାଗ ଏସଆଇ ଅମରେନ୍ଦ୍ର ଶତପଥିଙ୍କ ସହ ଏଏସଆଇ ରେଣୁକା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.