କ’ଣ ହୋଇଛି ଆଜିର ସମାଜକୁ? ପୁଣି ରାଜ ରାସ୍ତାରେ ସ୍ବାମୀ ସ୍ତ୍ରୀ ଝଗଡ଼ା, ରାଜଧାନୀର ଆଇଜି ପାର୍କରେ ହାଇଡ୍ରାମା

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର  IG ପାର୍କରେ ହାଇ ଡ୍ରାମା ।  ପାର୍କରେ ସ୍ୱାମୀକୁ ନିର୍ଧୁମ ଛେଚିଲା ସ୍ତ୍ରୀ। ବିବାହ ପରେ ପାର୍କରେ ପ୍ରେମିକା ସହ ବୁଲିବା ସ୍ୱାମୀକୁ ପଡିଛି ମହଙ୍ଗା  ପ୍ରମିକା କୁ ଧରି ସ୍ୱାମୀ ପାର୍କରେ ବୁଲୁଥିବା ସମୟରେ ସ୍ୱାମୀକୁ ଦେଖି ନିର୍ଧୁମ ଛେଚିଲେ ସ୍ତ୍ରୀ। ସ୍ତ୍ରୀକୁ ଛାଡି ପ୍ରେମିକା ସହ ପାର୍କରେ ବୁଲୁଥିବା ବେଳେ ପ୍ରେମିକା ଓ ସ୍ୱାମୀକୁ  ପାଖରେ ପହଞ୍ଚି ଥିଲା  ସ୍ତ୍ରୀ। ସ୍ୱାମୀ ଜଣକ ଫୁଲବାଣୀର ଅରୁଣ ଦିଗଲ ବୋଲି ଜଣା ପଡିଛି।  ଦୀର୍ଘ ଦିନ ଧରି ସ୍ତ୍ରୀଙ୍କ ସହ ସମ୍ପର୍କ ନରଖିବା ଓ ଏକ ମାତ୍ର ଝିଅକୁ ଆଡ଼ ଆଖିରେ ନଦେଖି  ପ୍ରେମିକାକୁ ଧରି ହୋଟେଲ ଲଜ ବୁଲୁଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ଆଜି ସ୍ୱାମୀ ଅରୁଣକୁ ପାର୍କରେ ପ୍ରେମିକ ସହ ବୁଲୁଥିବାର ଖବର  ପାଇ ତାଙ୍କ ସ୍ତ୍ରୀ ସେଠାରେ ପହଞ୍ଚି ଯାଇଥିଲେ।

iog prak 1

ଉଭୟଙ୍କୁ ଏକା ସାଙ୍ଗରେ ହାତ ଧରା ଧରି ହୋଇ ବୁଲୁଥିବାର ଦେଖି ସ୍ତ୍ରୀ ଜଣକ ରାଗି ଯାଇଥିଲେ। ସେହିଠାରେ ହିଁ ନିଜ ସ୍ବାମୀକୁ ନିର୍ଧୁମ ଛେଚି ପୋଲିସର ଜିମା ଦେଇଥିଲେ।  ସେପଟେ  ସ୍ୱାମୀ କିନ୍ତୁ ଓଲଟା ସ୍ତ୍ରୀ ବିରୋଧରେ ଅଭିଯୋଗ ଆଣିଛନ୍ତି।  ସ୍ତ୍ରୀ ଖରାପ ବ୍ୟବହାର କରନ୍ତି ଚିଡଚିଡା ହୁଅନ୍ତି। ଛାଡ଼ ପତ୍ର ପାଇଁ ଆବେଦନ କରିଛି ମୋ ସହ ବୁଲୁଥିବା ଝିଅ ମୋ ପ୍ରେମିକ ନୁହଁ ସେ ମୋ ସାଙ୍ଗ ବୋଲି କହିଛନ୍ତି ସ୍ୱାମୀ ଅରୁଣ। ସେହିଭଳି  ପାର୍କରେ ବୁଲୁଥିବା ଯୁବତୀ କହିଛନ୍ତି ଅରୁଣ ମୋ ସାଙ୍ଗ ତାଙ୍କୁ ମୋ ପଛରେ ଆସିବା ପାଇଁ ମୁଁ କହିନଥିଲି।  IG ପାର୍କରେ କ୍ୟାପିଟାଲ ଥାନା ପୋଲିସ ପହଁଞ୍ଚି ସ୍ୱାମୀ ଓ ସ୍ତ୍ରୀଙ୍କ ସହ ପ୍ରେମିକାକୁ ଥାନାକୁ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.