ଏହି ଉପାୟରେ ସାରୁ କାଟନ୍ତୁ, ଆଉ କୁଣ୍ଡାଇ ହେବନି ହାତ

ସାରୁ ଖାଇବାକୁ କିଛି ଲୋକ ଭଲ ପାଉନଥିଲେ ମଧ୍ୟ ଅନେକ ଲୋକ ଏହାକୁ ପସନ୍ଦ କରିଥାନ୍ତି। ଏହାକୁ ସାଧାରଣତଃ ଡାଲମା,ସନ୍ତୁଳା କିମ୍ବା ଚିପ୍ସ ଭାବେ ଖିଆଯାଏ। ଏହା ଖାଇବାକୁ ମଧ୍ୟ ବେଶ୍‌ ସ୍ୱାଦିଷ୍ଟ ଲାଗେ। କିନ୍ତୁ ସାରୁ କାଟିବା ବେଳେ ହାତ କୁଣ୍ଡାଇ ହେଉଥିବାରୁ ଏହାର ଚୋପା ଛଡ଼ାଇବା ଓ କାଟିବା ବେଳେ ଭାରି ଅସୁବିଧା ହୁଏ। କିଛି ଲୋକ ଏହାର ଚୋପା ଛଡ଼ାଇବାକୁ ପିଲର ବ୍ୟବହାର କରିଥାନ୍ତି। କିନ୍ତୁ ପିଲରରେ ଚୋପା ଛଡ଼ାଇବା ବେଳେ ସାରୁର ଖାଇବା ଅଂଶ ବି ବାହାରିଯାଏ। ତେବେ ଆଜି ଆସନ୍ତୁ ଜାଣିବା ସାରୁ ଚୋପା ଛଡ଼ାଇବା ପାଇଁ କେତେକ ସହଜ ଟ୍ରିକ୍‌…

  • ସାରୁର ଚୋପା ଛଡ଼ାଇବାକୁ ପିଲର ଜାଗାର ବାସନ ମାଜିବାକୁ ବ୍ୟବହାର ହେଉଥିବା ସ୍କ୍ରବ୍‌ ବ୍ୟବହାର କରନ୍ତୁ। ଏଥିପାଇଁ ପ୍ରଥମେ ହାତରେ କିଚେନ୍‌ ଗ୍ଲୋଭସ୍‌ ପିନ୍ଧନ୍ତୁ ଓ ନୂଆ ସ୍କ୍ରବ୍‌ ନେଇ ସେଥିରେ ସାରୁକୁ ଘଷନ୍ତୁ। ଏଭଳି କଲେ ସାରୁର ଉପର ପତଳା ଚୋପା ସହଜରେ ଛାଡ଼ିଯିବ ଓ ହାତ ବି କୁଣ୍ଡାଇ ହେବ ନାହିଁ।
  • ଆପଣ ଏଥିପାଇଁ ନଡ଼ିଆ କତା ମଧ୍ୟ ବ୍ୟବହାର କରିପାରିବେ। କତାରେ ସାରୁ ଚୋପା ଛଡ଼ାଇବା ଖୁବ୍‌ ସହଜ। ଆପଣ ଚାହିଁଲେ ହାତରେ ଗ୍ଲୋଭସ୍‌ ମଧ୍ୟ ପିନ୍ଧିପାରିବେ।
  • ତେବେ ସାରୁର ଚୋପା ଛଡ଼ାଇବା ପୂର୍ବରୁ ହାତକୁ ଭଲ ଭାବେ ପରିଷ୍କାର କରି ଧୋଇ ନିଅନ୍ତୁ ଓ ତେଲ ଲଗାନ୍ତୁ।
  • ଏହା ପରେ ସାରୁ ଉପରେ କିଛି ଲୁଣ ଛିଞ୍ଚି ଦିଅନ୍ତୁ। ଏମିତି କଲେ ହାତ କୁଣ୍ଡାଇ ହେବନାହିଁ। ଏଥିସହ ସାରୁ ଚୋପା ମଧ୍ୟ ସହଜରେ ଛାଡ଼ିଯିବ।
Leave A Reply

Your email address will not be published.