Below header

ରାଜ୍ୟ ସରକାରଙ୍କ ପାଖକୁ ପୁଣି ଫେରିବ SEBC ଚୟନ କ୍ଷମତା

ନୂଆଦିଲ୍ଲୀ: SEBC ଚୟନ ନେଇ ଆସୁଛି ବଡ଼ ନିଷ୍ପତ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାର ଲୋକସଭାରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ଆଗତ କରିଛନ୍ତି । ଏହି ବିଲ ପାସ ହେଲେ ରାଜ୍ୟ ସରକାରଙ୍କ ପାଖକୁ ପୁଣି ଫେରିବ SEBC ଚୟନ କ୍ଷମତା । SEBC ହେଉଛି ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ । ୨୦୧୮ ପୂର୍ବରୁ ରାଜ୍ୟ ମାନଙ୍କ ପାଖରେ ଥିଲା SEBC ଚୟନ ନିଷ୍ପତ୍ତି । ରାଜ୍ୟମାନେ SEBC ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ କରୁଥିଲେ । ବିଜ୍ଞପ୍ତି ପ୍ରକାଶ କରିବାର କ୍ଷମତା ରାଜ୍ୟ ମାନଙ୍କ ପାଖରେ ରହୁଥିଲା । କେଉଁ, ଜାତି ଓ ସମ୍ପ୍ରଦାୟ କେଉଁ ବର୍ଗରେ ରହିବେ, ସେହି କ୍ଷମତା ରାଜ୍ୟ ମାନଙ୍କ ପାଖରେ ରହୁଥିଲା ।

ହେଲେ ୨୦୧୮ରୁ ଏହି କ୍ଷମତା କେନ୍ଦ୍ର ସରକାରଙ୍କ ପାଖକୁ ଚାଲିଯାଇଥିଲା । ୧୦୨ ସମ୍ବିଧାନ ସଂଶୋଧନ ପରେ ଏହି କ୍ଷମତା କେନ୍ଦ୍ର ପାଖକୁ ଚାଲିଯାଇଛି । ଏବେ ପୁଣି ରାଜ୍ୟଙ୍କ ପାଖକୁ ଫେରିବ ଏହି କ୍ଷମତା । ଏଥିପାଇଁ ଆସୁଛି ୧୨୭ତମ ସମ୍ବିଧାନ ସଂଶୋଧନ । ସଂସଦରେ ପେଗାସସ ତାତି ଚାଲିଥିଲେ ମଧ୍ୟ ଏହାକୁ ବିରୋଧୀ ଦଳ ବି ସମର୍ଥନ କରିବେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.