ହିମାଚଳରେ ଭୂସ୍ଖଳନ: ଚାପି ହୋଇ ରହିଛି ଯାତ୍ରୀବାହୀ ବସ୍ ଓ କାର, ଫସିଛନ୍ତି ୪୦ରୁ ଅଧିକ ଲୋକ
ହିମାଚଳ ପ୍ରଦେଶର କନୌରରେ ବୁଧବାର ଦ୍ୱିପ୍ରହର ସମୟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଭୂସ୍ଖଳନ ହେବା ଯୋଗୁ ଯାତ୍ରୀବାହୀ ବସ୍ ମାଟି ଅତଡ଼ା ଭିତରେ ଚାପି ହୋଇ ରହିଛି। ବସ୍ ସହ ଅନ୍ୟ ଦୁଇ କାର୍ ମଧ୍ୟ ଦବି ଯାଇଛି। ଏହି ଦୁର୍ଘଟଣା କନୌର ଜିଲାର ଚୌରାସ୍ଥିତ ଜାତୀୟ ରାଜପଥରେ ଘଟିଛି। ସୂଚନା ମୁତାବକ, ପାଖାପାଖି ୪୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ଭାରତୀୟ ସେନା ଏବଂ ଏନ୍ଡିଆର୍ଫ୍ଙ୍କ ସହାୟତା ନିଆଯାଇଛି। ସ୍ଥାନୀୟ ଅଧିକାରୀଙ୍କ ମୁତାବକ, ଯେଉଁ ବସ୍ଟି ଫସି ରହିଛି, ତାହା ହିମାଚଳ ରୋଡ୍େଓ୍ଵଜର। ଏଥିରେ ୪୦ରୁ ଅଧିକ ଯାତ୍ରୀ ରହିଛନ୍ତି। ଏହି ଯାତ୍ରୀବାହୀ ବସ୍ କନୌରରୁ ଶିମଲା ଅଭିମୁଖେ ଯାତ୍ରା କରୁଥିଲା।
ଏବେ ବି କିଛି ପଥର ପାହାଡ଼ରୁ ଖସୁଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। ଦବି ଯାଇଥିବା ବସ୍ର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଉଛି। ସେପଟେ ଘଟଣାସ୍ଥଳରୁ କିଛି ଭିଡିଓ ସାମ୍ନାକୁ ଆସିଛି, ଯାହାକି ଖୁବ୍ ଭୟଙ୍କର ରହିଛି। ତେବେ ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, ଉଦ୍ଧାର କାର୍ଯ୍ୟ ଚାଲିଛି। ଯଥା ଜଲ୍ଦି ଉଦ୍ଧାର କାର୍ଯ୍ୟ କରିବାକୁ ପୋଲିସ ଏବଂ ସ୍ଥାନୀୟ ଅଧିକାରୀମାନଙ୍କୁ କୁହାଯାଉଛି।
#HimachalPradesh के #kinnaur में फिर टूटा पहाड़
NH निगुलसरी के पहाड़ी गिरने से सवारी से भरी बस और ट्रक की दब गए गई
कुछ छोटे वाहन भी फंसे होने की भी आशंका
बस में कितने लोग है जनकारी नहीं
प्रशासन मौके की रवाना pic.twitter.com/UjOSUsIDm8— PANDEY ISHTKAM 🕉️🇮🇳 (@IshtkamPandey) August 11, 2021