କେନ୍ଦୁଝର ସରୁକୁଦ ନିକଟରୁ ହାତୀ ମୃତ୍ୟୁ ଘଟଣା, ଭୁବନେଶ୍ୱରରୁ ଆସି ତଦନ୍ତ କରୁଛନ୍ତି ସ୍ୱତନ୍ତ୍ର ଟିମ୍‌

କେନ୍ଦୁଝର(କେନ୍ଯୁଜ୍): ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କଲା ବନବିଭାଗ। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟିମ୍‌ ଆସି ହାତୀ ମୃତ୍ୟୁର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ସରୁକୁଦ ନିକଟରୁ ମଙ୍ଗଳବାର ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା।

ଗତ ଏକମାସ ମଧ୍ୟରେ ଚାରିଟି ହାତୀର ମୃତଦେହ ଉଦ୍ଧାର ହେବା ପରେ ଜିଲ୍ଲାବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ହାତୀ ମୃତ୍ୟୁର କାରଣ ଖୋଜିବାରେ ବନବିଭାଗ ବିଫଳ ହୋଇଥିବାରୁ ଅସନ୍ତୋଷ ତେଜିବା ପରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟିମ୍‌ ଆସି ତଦନ୍ତ କରିଛନ୍ତି। ଟିମ୍‌ରେ ପଶୁସଂପଦ ବିଭାଗ, ବନବିଭାଗ ଅଧିକାରୀ ରହିଛନ୍ତି। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.