Below header

ବାଇକ୍‌ ଭଲ ମାଇଲେଜ୍‌ ଦେଉନଥିଲେ ଆପଣାନ୍ତୁ ଏହି ଟିପ୍ସ, ବଞ୍ଚିଯିବ ତେଲ ପଇସା

ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ। ଦିନକୁ ଦିନ ଏହି ଦର କମିବା ପରିବର୍ତ୍ତେ ଓଲଟା ବଢ଼ିବାରେ ଲାଗିଛି। ଅଧିକାଂଶ ସହରରେ ଏବେ ପେଟ୍ରୋଲ ଦାମ୍‌ ୧୦୦ ଟପିସାରିଲାଣି। ଏଭଳି ସ୍ଥିତିରେ ଯଦି ଆପଣଙ୍କ ବାଇକର ମାଇଲେଜ୍‌ ଖରାପ ଅଛି ତେବେ ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ବଜେଟ୍‌ ଉପରେ ପଡ଼ିବ। ମାତ୍ର ଯଦି ଆପଣ ଏକ୍ସପର୍ଟଙ୍କ ଦ୍ୱାରା ଦିଆଯାଇଥିବା କେତେକ ଟିପ୍ସ ଆପଣାଇବେ ତେବେ ବାଇକ୍‌ର ମାଇଲେଜ୍‌ ବଢ଼ାଇପାରିବେ। ଆସନ୍ତୁ ଜାଣିବା ବାଇକ୍‌ ମାଇଲେଜ୍‌ ବଢ଼ାଇବାର ସହଜ ଟ୍ରିକ୍‌…

  • ଯଦି ଆପଣ ବାଇକ୍‌କୁ ଅଧିକ ସ୍ପିଡ୍‌ରେ ଓ ବେପରୁଆ ଭାବେ ଚଲାଉଥିବେ ତେବେ ଏହାର ପ୍ରଭାବ ଆପଣଙ୍କ ମାଇଲେଜ୍‌ ଉପରେ ପଡ଼ିବ। ଏଣୁ ସବୁବେଳେ ସ୍ପିଡ୍‌ ମେଣ୍ଟେନ୍‌ ରଖନ୍ତୁ।
  • ବାଇକ୍‌କୁ ସବୁବେଳେ ଠିକ୍‌ ସମୟରେ ସର୍ଭିସିଂ କରନ୍ତୁ। ଏହା ଦ୍ୱାରା ମାଇଲେଜ୍‌ ସଠିକ୍‌ ରହିବ। ସର୍ଭିସିଂ କଲେ ବାଇକର ଅନ୍ୟ ଛୋଟ ମୋଟ ସମସ୍ୟା ବି ଦୂର ହେବ।
  • ବାଇକ୍‌ରେ ସବୁବେଳେ ଭଲ କ୍ୱାଲିଟିର ପେଟ୍ରୋଲ ପକାନ୍ତୁ। ସବୁ ଫିଲିଂ ଷ୍ଟେସନ୍‌ରେ ଭଲ କ୍ୱାଲିଟିର ତେଲ ମିଳେନି। ଏଣୁ ଭଲ କ୍ୱାଲିଟି ତେଲ ମିଳୁଥିବା ଭରସାଯୋଗ୍ୟ ଫିଲିଂ ଷ୍ଟେସନରେ ହିଁ ତେଲ ପକାନ୍ତୁ।
  • ସହର ଭିତରେ ବାଇକ୍‌ ଚଳାଇବା ବେଳେ ଯଦି ଟ୍ରାଫିକ୍‌ରେ ୧ ମିନିଟ୍‌ରୁ ଅଧିକ ସମୟ ଅଟକିବାକୁ ପଡ଼ୁଛି, ତେବେ ଇଞ୍ଜିନ୍‌ ବନ୍ଦ କରିଦିଅନ୍ତୁ। ଫଳରେ ଆପଣଙ୍କ ମାଇଲେଜ୍‌ ସୁଧୁରିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.