ଇ-କମର୍ସ ୱେବସାଇଟରେ ପ୍ରାୟତଃ ସବୁ ପ୍ରକାରର ଜିନିଷ ମିଳିଥାଏ। ମୋବାଇଲ, ଟିଭି, ଗ୍ୟାଜେଟ, ପୋଷାକ ଆଦି କମ୍ ଦାମରେ ଗ୍ରାହକ କିଣିପାରନ୍ତି। ଏଥିରେ କେତେକ ଜିନିଷ EMI ରେ ବି ଉପଲବ୍ଧ ରହିଛି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ପୂଜା ପାଠ ପାଇଁ ଉପଲବ୍ଧ ଗାଈ ଗୋବର, ଆମ୍ବ ପତ୍ର, ବେଲ ପତ୍ର ଇତ୍ୟାଦି ମଧ୍ୟ EMI ରେ ଏସବୁ ସାଇଟ୍ ବିକ୍ରି କରୁଛନ୍ତି।
ଆମାଜନ ୱେବସାଇଟରୁ ଆପଣ ଏସବୁ ଜିନିଷକୁ EMI ରେ କିଣିପାରିବେ। ଏସବୁ ଜିନିଷ ଏବେ ଅନଲାଇନରେ ବି ଉପଲବ୍ଧ। ପୂଜା ଉତ୍ସବରେ ଗୋବର ଓ ଆମ୍ବ ପତ୍ର ଦରକାର ପଡ଼େ। ତେଣୁ ଆମାଜନ ରହି ସାମଗ୍ରୀକୁ ଏବେ ଅନଲାଇନରେ ବିକିବା ଆରମ୍ଭ କରିଛି। ଫଳରେ ଲୋକମାନେ ଏସବୁ ପୂଜା ସାମଗ୍ରୀ ସହଜରେ କିଣି ପାରିବେ।
ଶ୍ରାବଣ ମାସ ଥିବାରୁ ଶିବଙ୍କ ପୂଜା ପାଇଁ ଆବଶ୍ୟକ ବେଲ ପତ୍ର ବି ଗ୍ରାହକ ଆମାଜନରୁ କିଣିପାରିବେ।
ଗୋବର ଘଷି- ୫୦୦ ଖଣ୍ଡକୁ ୨୧୦୦ ଟଙ୍କା
ଆମ୍ବ ପତ୍ର- ୧୯୯ ଟଙ୍କା( ଡିସକାଉଣ୍ଟରେ ୭୯ ଟଙ୍କା)
ବେଲପତ୍ର- ୪୪୪ ଟଙ୍କା