Zoom ରେ ଏମିତି ରେକର୍ଡିଂ କରିପାରିବେ ଭିଡିଓ କଲ୍, ଫଲୋ କରନ୍ତୁ ଏହି ଷ୍ଟେପ୍

କରୋନା ଭାଇରସ ଆସିବା ଦିନଠୁ ଲୋକଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି। ଖାସ କରି ଲୋକମାନେ ପରସ୍ପରକୁ ଭେଟିବା କମ୍ କରିଦେଇଛନ୍ତି ଓ ସବୁ କାମ ଏବେ ଭର୍ଚୁଆଲି ହେଉଛି। ଅଫିସ ମିଟିଂଠାରୁ ଆରମ୍ଭ କରି ସ୍କୁଲର କ୍ଳାସ ପର୍ଯ୍ୟନ୍ତ ଲୋକେ ଏବେ ସବୁ ଭର୍ଚୁଆଲରେ କରୁଛନ୍ତି। ଅନଲାଇନ ମିଟିଂ ପାଇଁ ଅଧିକାଂଶ ଲୋକେ ଏବେ Google Meet ଓ Zoom Meeting ବ୍ୟବହାର କରୁଛନ୍ତି। ତେବେ ବେଳେବେଳେ ଏଥିରେ ରେକର୍ଡିଂ କରିବାକୁ ପଡ଼ିଥାଏ। ତେବେ ଆଜି ଆସନ୍ତୁ ଜାଣିବା Zoom ରେ ଭିଡିଓ କଲ୍ ରେକର୍ଡ କରିବେ କେମିତି…

  • Zoom ରେ ଭିଡିଓ କଲ ରେକର୍ଡ କରିବା ପାଇଁ ପ୍ରଥମେ ଏହାର ଲାଟେଷ୍ଟ ଭର୍ସନ ଡାଉନଲୋଡ କରନ୍ତୁ।
  • ଏବେ ନୂଆ ମିଟିଂ ଜଏନ କରନ୍ତୁ କିମ୍ବା ଆରମ୍ଭ କରନ୍ତୁ।
  • ମିଟିଂ ଜଏନ କରିବା ପରେ ବାମ ପଟ ଉପର କଡ଼ରେ ଆପଣଙ୍କୁ ଏକ ରେକର୍ଡିଂ ବଟନ୍ ନଜର ଆସିବ।
  • ଏବେ ଏହା ଉପରେ କ୍ଲିକ କରନ୍ତୁ।
  • ଆପଣଙ୍କ ଭିଡିଓ କଲ ରେକର୍ଡ ହେବା ଆରମ୍ଭ ହେବ।
  • ମିଟିଂ ସରିବା ପରେ ଆପଣ ଏହାକୁ ବନ୍ଦ କରିଦିଅନ୍ତୁ।
  • ଏବେ save କରିଥିବା ଫାଇଲକୁ ଯାଇ ଚେକ୍ କରନ୍ତୁ। ଆପଣଙ୍କ ରେକର୍ଡିଂ ଭିଡିଓ ସେଭ ଥିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.