ପରସ୍ପର ସହ ଯୋଡ଼ି ହୋଇ ଦୀର୍ଘ ସମୟ ଧରି ପ୍ରେମ କରୁଛନ୍ତି ନାଗ ଓ ନାଗୁଣୀ, ଦେଖନ୍ତୁ ତାଜୁବ କରିଦେବା ଭଳି ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ତାଜୁବ କରିଦେବା ଭଳି ଭିଡିଓ ଓ ଫଟୋ ସବୁବେଳେ ଭାଇରାଲ ହୋଇଥାଏ। ଏବେ ମଧ୍ୟ ସେଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ବି ଚକିତ ହୋଇଯିବେ। ଏବେ ଭାଇରାଲ ହେଉଥିବା ଭିଡିଓରେ ଏକ ସାପ ଯୋଡ଼ି ପରସ୍ପରକୁ ପ୍ରେମ କରୁଥିବା ଦେଖାଯାଇଛି। ଏହି ସାପ ନାଗ ଓ ନାଗୁଣୀ ବୋଲି କୁହାଯାଉଛି।

ପ୍ରାୟ ଅଢ଼େଇ ମିନିଟ ଧରି ଏହି ସାପ ଦୁଇଟି ପରସ୍ପର ସହ ଯୋଡ଼ି ହୋଇ ରହିଥିଲେ। ଏହି ବିରଳ ଘଟଣାକୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ନିଜ କ୍ୟାମେରାରେ କଏଦ କରିଥିଲେ। ସାପ ଯୋଡ଼ି ପ୍ରଥମେ ଏକ ଛାତରେ ଝୁଲି ରହିଥିବା ବେଳେ କିଛି ସମୟ ପରେ ତଳକୁ ଖସି ପଡ଼ିଥିଲେ। ପରେ ମାଟିରେ ମଧ୍ୟ ଉଭୟେ ପରସ୍ପର ସହ ଯୋଡ଼ି ହୋଇରହିଥିଲେ।

ଦେଖନ୍ତୁ ଭିଡିଓ:

ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଏହାକୁ ଶୁଭ ବୋଲି କହୁଥିବା ଦେଖାଯାଇଛି। ନାଗ ଓ ନାଗୁଣୀଙ୍କ ଏହି ପ୍ରେମ ଭିଡିଓକୁ IPS ରୁପିନ ଶର୍ମା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏବେ ଯାଏଁ ଅନେକ ଲୋକ ଭିଡିଓକୁ ଦେଖିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.