କରୋନା ଭ୍ୟାକ୍ସିନ ନେବା ପାଇଁ ୨୦ ବର୍ଷ ପରେ ଗୁମ୍ଫାରୁ ବାହାରିଲେ ଏହି ବୃଦ୍ଧ, ସବୁଆଡ଼ୁ ହେଉଛି ପ୍ରଶଂସା

ଯେଉଁଠି କରୋନା ଭ୍ୟାକ୍ସିନ୍‌ ନେବାକୁ ଲୋକେ ଏବେ ବି ଡରୁଛନ୍ତି, ସେଠି ସର୍ବିୟାର ପାହାଡ଼ରେ ନିଜ ଘର ବନାଇଥିବା ଜଣେ ବୃଦ୍ଧ ୨୦ ବର୍ଷ ପରେ ଗୁମ୍ଫାରୁ ବାହାରିଛନ୍ତି, ଆଉ ତାହା ବି ଭ୍ୟାକ୍ସିନ୍‌ ଲଗାଇବା ପାଇଁ। ଆଉ ଏବେ ଏହି ବ୍ୟକ୍ତିଙ୍କୁ ସବୁଆଡ଼ୁ ପ୍ରଶଂସା କରାଯାଉଛି।

୭୦ ବର୍ଷୀୟ ପେଣ୍ଟା ପଟ୍ରୋର୍ବିକ ପାଖାପାଖି ୨୦ ବର୍ଷ ପୂର୍ବେ ସାଧାରଣ ଜୀବନଶୈଳୀଠୁ ଦୂରେଇ ଗୁମ୍ଫାରେ ରହିବାକୁ ଚାଲିଯାଇଥିଲେ। ସେବେଠାରୁ ଗୁମ୍ଫା ହିଁ ତାଙ୍କର ଠିକଣା ବନି ଯାଇଛି। ଏବେ ଏତେ ବର୍ଷ ପରେ ପ୍ରଥମ ଥର ପେଣ୍ଟା କେବଳ ଟିକା ନେବା ପାଇଁ ବାହାରିଛନ୍ତି।

ରିପୋର୍ଟ ଅନୁସାରେ, ପେସାରେ ଶ୍ରମିକ ଭାବେ କାମ କରୁଥିବା ପେଣ୍ଟା ଶୁକ୍ରବାର କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ନେଇଛନ୍ତି। ଏହି ମଉକାରେ ସେ ଲୋକଙ୍କୁ ଯେତେ ଜଲ୍‌ଦି ଟିକା ନେବାକୁ ଅପିଲ ମଧ୍ୟ କରିଛନ୍ତି।

ପେଣ୍ଟା ଲୋକଙ୍କ ମଧ୍ୟରେ ରହିବାକୁ ପସନ୍ଦ କରନ୍ତି ନାହିଁ। ସେ ନିଜର ପୂରା ସମୟ ପଶୁପକ୍ଷୀଙ୍କ ସହିତ ବିତାନ୍ତି। ଏବେ ସେ ନିଜ ପାଖରେ ଏକ ଜଙ୍ଗଲି ଘୁଷୁରୀ, ଛେଳି ଓ କୁକୁଡ଼ା ରଖିଛନ୍ତି। ଏମିତିରେ ଭ୍ୟାକ୍ସିନ ନେବା ପାଇଁ ସେ ଗୁମ୍ଫାରୁ ବାହାରିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.