ଗଞ୍ଜାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ସେରଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟ ବୁଲିଲେ 5T ସଚିବ

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା 5T ସଚିବ ଭି.କେ ପାଣ୍ଡିଆନ୍‌ ଆଜି ଦ୍ୱିତୀୟ ଦିନରେ ସେରଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟ ବୁଲିଛନ୍ତି। ଲକ୍‌ଡାଉନ୍‌ ସମୟରେ କିଭଳି ସ୍ମାର୍ଟ କ୍ଲାସ ଚାଲିଛି ସେନେଇ ତଦାରଖ କରିଛନ୍ତି।

ପ୍ରଥମ ଦିନରେ ହିଞ୍ଜିଳି ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ସମୀକ୍ଷା କରିଥିଲେ 5T ସଚିବ। ୫୩ଟି ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହକୁ ସ୍ମାର୍ଟ କ୍ଲାସ୍‌ ରୁମ୍‌ରେ ପରିବର୍ତ୍ତନ କରାଯାଉଛି। ଏଣିକି ବ୍ଳାକ ବୋର୍ଡ ପରିବର୍ତ୍ତେ ଏଲଇଡି, ହ୍ଵାଇଟ ବୋର୍ଡରେ ପାଠ ପଢିବେ ଛାତ୍ରଛାତ୍ରୀ। ଜିଲ୍ଲାପାଳ, ଶିକ୍ଷାଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସହ ସ୍କୁଲ ପରିସର ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି।

5T ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତର କାର୍ଯ୍ୟକ୍ରମରେ ସ୍ମାର୍ଟ୍‌ କ୍ଲାସ୍‌ ରୁମ୍‌ ଓ ଅନ୍ୟ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଆସନ୍ତା ୨୧ରୁ ୨୮ ତାରିଖ ଭିତରେ ଶହେ ଜଣ ବିଧାୟକ ପର୍ଯ୍ୟାୟ କ୍ରମେ ଗଞ୍ଜାମ ଗସ୍ତରେ ଆସି ସ୍କୁଲ ବୁଲି ଦେଖିବେ

Leave A Reply

Your email address will not be published.