ଫିଲ୍ମ ‘ଦ୍ରିଶ୍ଯମ’ ଷ୍ଟାଇଲରେ ପୁଅକୁ ହତ୍ଯା କରି ଲୁଚାଇଥିଲା ମା’, ନୂଆ ଚଟାଣ ଦେଲା ସୁରାଗ୍

ହରିୟାଣା ରୋହତକରେ ହୋଇଥିବା ଏବେ ଜଘନ୍ଯ ହତ୍ଯାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ। ମା ନିଜର ଛୋଟ ପୁଅ ସହିତ ମିଶି ବଡ ପୁଅକୁ ହତ୍ଯା କରିବା ପରେ ଶକକୁ ରୁମରେ ଭର୍ତ୍ତି କରି ରଖିଥିଲା। ପିଲାଟିର ପିଉସା ପିଲାଟି ନିଖୋଜ ହେବାର ରିପୋର୍ଟ ଦାଏର କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ସୂଚନା ମୁତାବକ, ଏଠାରେ ରହୁଥିବା ୨୨ ବର୍ଷୀୟ କର୍ମପାଲ(ରାହୁଲ)ଙ୍କୁ ତା’ର ମା ଏବଂ ସାନ ଭାଇ ମିଶି ହତ୍ଯା କରିବା ପରେ ଘରର ଚଟାଣରେ ପୋତିଦେଇଥିଲେ। ମରିଥିବା ଯୁବକଙ୍କ ପିଉସାଙ୍କର ଏ ବିଷୟରେ ସନ୍ଦେହ ହେବାରୁ ସେ ପୋଲିସରେ ଅଭିଯୋଗ କରିଥିଲେ। ପିଉସାଙ୍କ କହିବାନୁଯାୟୀ ରାହୁଲ ପ୍ରତି ୧୫ ଦିନରେ ଥରେ ତାଙ୍କୁ ଦେଖା କରିବାକୁ ଯାଆନ୍ତି। କିନ୍ତୁ ଗତ ୨ ମାସରୁ ଊର୍ଦ୍ଧ୍ବ ହେଲାଣି ସେ ତାଙ୍କୁ ଦେଖା ହେବାକୁ ଯାଇନଥିଲେ। ଘରେ ହୋଇଥିବା ନୂଆ ଚଟାଣ ଦେଖି ପିଉସାଙ୍କର ସନ୍ଦେହ ହୋଇଥିଲା ଏବଂ ତୁରନ୍ତ ସେ ପୋଲିସକୁ ଫୋନ କରି ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର ଚଟାଣ ତାଢି ଶବକୁ ଗଳିତ ଶବକୁ ବାହାର କରିଥିଲା।

ପିଉସାଙ୍କ ସନ୍ଦେହ ଏବଂ ପୋଲିସର ଛାନଭିନ ଅନୁଯାୟୀ, ମା’ ଏବଂ ସାନ ପୁଅକୁ ଗିରଫ କରାଯାଇଛି। କିନ୍ତୁ ସେମାନେ କ’ଣ ପାଇଁ ରାହୁଲଙ୍କୁ ହତ୍ଯା କଲେ ତାହା ଏପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.