ଆସନ୍ତା ୨୦ରେ ମାଲକାନଗିରି ଯାଇପାରନ୍ତି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି
ମାଲକାନଗିରି (କେନ୍ଯୁଜ୍): ଆସନ୍ତା ୨୦ରେ ମାଲକାନଗିରି ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ ଯୋଜନାର ଶୁଭାରମ୍ଭ କରିବାର ଯୋଜନା ରହିଛି। ଅନ୍ୟ ଜିଲ୍ଲାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ମାଲକାନଗିରି ଗସ୍ତରେ ୭ ଜଣ ମନ୍ତ୍ରୀ ମଧ୍ୟ ଯାଉଛନ୍ତି।
ସେମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ଅଗଷ୍ଟ ୧୫ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ମାର୍ଟ ହେଲ୍ଥ କାର୍ଡ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଥିଲେ।