ସ୍କିନକୁ ଉଜ୍ବଳ ଏବଂ ଗୋରା କରିଥାଏ Kaolin Clay, ଏମିତି ବନାନ୍ତୁ ଫେସପ୍ଯାକ୍

ସମସ୍ତ ମହିଳା କୌଣସି ନା କୌଣସି ବିୟୁଟି ରୁଟିନକୁ ଫଲୋ କରିଥାନ୍ତି। ଅନେକ ଥର ସମସ୍ତ ଜିନିଷକୁ ଫଲୋ କରିବା ପରେ ମଧ୍ୟ ତ୍ବଚାରେ ଗୋରାପଣ ଆସିନଥାଏ। ଏହାର ଅର୍ଥ ଆମ ତ୍ବଚାକୁ ଅଧିକ ଦେଖାଶୁଣା କରିବା ଦରକାର। ଏହି ମାମଲାରେ ଚିନି ମାଟି(Kaolin Clay) ଆପଣଙ୍କର କାମରେ ଆସିଥାଏ। ଏହା ତ୍ବଚାକୁ ଭିତରୁ ସଫା କରି ଉଜ୍ବଳତା ଆଣିଥାଏ। ତେବେ ଆସନ୍ତୁ ଜାଣିବା କେମିତି ବନାଇବା ଏହାର ଫେସପ୍ଯାକ୍ :

ଫେସପ୍ଯାକ୍ ସାମଗ୍ରୀ: ୧ ଚାମଚ (Kaolin Clay), ୨ ଚାମଚ ଗ୍ରୀନ ଟି ପାଉଡର, ଅଧା ଟେବୁଲସ୍ପୁନ ଆଲୋଭେରା ପ୍ଲପ, ଲାଭେଣ୍ଡର ତେଲ।

ପ୍ରଥମେ ଏକ ପାତ୍ରରେ ସମସ୍ତ ଜିନିଷକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ସବୁ ମିଶାଇବା ସମୟରେ ଭଲ ଭାବେ ଗୋଳାଇ ଦିଅନ୍ତୁ, ଯେମିତି କିଛି ଗେଟା ନ ରୁହେ। ଏହାକୁ ଅଳ୍ପ ଗାଢ କରି ମେକଅପ୍ ବ୍ରସ ସାହାଯ୍ଯରେ ମୁହଁରେ ଲଗାନ୍ତୁ।

୧୫ ମିନିଟ ମୁହଁରେ ଏହାକୁ ଲଗାଇବା ପରେ ହାଲଖା ଗରମ ପାଣିରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ। ଏହାର ୧୫ ମିନିଟ ପରେ ମୁଣ୍ଡକୁ ଥଣ୍ଡା ପାଣିରେ ଭଲଭାବେ ଧୋଇଦିଅନ୍ତୁ। ଏବେ ମୁହଁକୁ ଭଲଭାବେ ପୋଛି ମଶ୍ଚରାଇଜର ଲଗାଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.