ବିଶ୍ୱର ଏହି ସ୍ଥାନରେ ରହିଛି ଅଦ୍ଭୁତ ପ୍ରକାର କଫିନ୍ ତିଆରି ପରମ୍ପରା, ମୃତ୍ୟୁ ପରେ ଲୋକଙ୍କୁ ଏହାରି ଭିତରେ ହିଁ ଦିଆଯାଇଥାଏ ସମାଧି
ଆପଣ ଜୀବନରେ କେଉଁଠି ନା କେଉଁଠି କଫିନ୍ ନିଶ୍ଚୟ ଦେଖିଥିବେ। କିନ୍ତୁ ଆଜି ବି ବିଶ୍ୱରେ ଏମିତି ଏକ ଜାଗା ରହିଛି, ଯେଉଁଠି ଆପଣ ଅଦ୍ଭୁତ ତଥା ଅଜବ ପ୍ରକାରର କଫିନ୍ ଦେଖିବାକୁ ପାଇପାରିବେ। ଏଠାରେ ଲୋକେ କଫିନ୍ ତିଆରି କରିଥାଆନ୍ତି। ଆଶ୍ଚର୍ଯ୍ୟର କଥା, ଏହି ସ୍ଥାନରେ ମୃତ ଲୋକର ବ୍ୟବସାୟ ଏବଂ ଷ୍ଟାଟସ୍ ଦେଖି କଫିନ ସ୍ଥିର କରାଯାଇଥାଏ।
ପଶ୍ଚିମ ଆଫ୍ରିକାର ଦେଶ ଘାନା ନିଜର ଅଜବ ପ୍ରକାରର କଫିନକୁ ନେଇ ବିଶ୍ୱରେ ଖ୍ୟାତ ରହିଛି। ଏଠାରେ ମୃତ ଲୋକଙ୍କୁ ପୋତିବା ପାଇଁ ଅଦ୍ଭୁତ ଡିଜାଇନର କଫିନ୍ ତିଆରି କରାଯାଇଥାଏ। ଏହି କଫିନ୍ଗୁଡ଼ିକୁ ମୃତ ଲୋକର ଷ୍ଟାଟସ୍ ଦେଖି ଯୋଡ଼ା ଯାଇଥାଏ ଏବଂ ସେହି ହିସାବରେ କଫିନ୍ ତିଆରି କରାଯାଇ ସେମାନଙ୍କୁ ପୋତି ଦିଆଯାଇଥାଏ।
ବିଶ୍ୱାସ କରାଯାଏ, ଏଠାରେ ଏଭଳି କଫିନ୍ ବନାଇବାର ପରମ୍ପରା ମତ୍ସ୍ୟଜୀବୀମାନଙ୍କଠାରୁ ଆରମ୍ଭ ହୋଇଥିଲା। ମୃତ୍ୟୁ ପରେ ଏହି ସମ୍ପ୍ରଦାୟର ଲୋକଙ୍କୁ ମାଛ ଆକୃତିରେ ତିଆରି କଫିନ୍ରେ ପୋତି ଦିଆଯାଉଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠି ବ୍ୟବସାୟୀମାନଙ୍କୁ ସବୁବେଳେ ଦାମୀ ମର୍ସିଡିଜ୍ କାର ଆକୃତିରେ ତିଆରି କଫିନ୍ରେ ପୋତା ଯାଇଥାଏ। ଏହା କରିବା ପଛର କାରଣ ହେଉଛି, ଏହାଦ୍ୱାରା ସେମାନଙ୍କ ଷ୍ଟାଟସ୍ ଜଣାପଡ଼ିଥାଏ।
ଘାନାରେ ବର୍ଷ ୧୯୫୧ରେ ଉଡ଼ାଜାହଜ ଆକୃତିର କଫିନ୍ ତିଆରି ଆରମ୍ଭ ହୋଇଥିଲା। ଏହା ପଛରେ ବି ଏକ ନିଆରା କାହାଣୀ ରହିଛି। କୁହାଯାଏ କି, ଦୁଇ ବଢ଼େଇ ଭାଇ ନିଜ ୯୧ ବର୍ଷୀୟା ମା’ଙ୍କ ପାଇଁ ଉଡ଼ାଜାହଜ ଆକୃତିର କଫିନ ବନାଇଥିଲେ। ବାସ୍ତବରେ, ବୃଦ୍ଧା ଜଣକ କେବେ ବି ବିମାନରେ ବସି ନ ଥିଲେ ଏବଂ ଏହା ତାଙ୍କର ଶେଷ ଇଚ୍ଛା ରହିଥିଲା। ମା’ଙ୍କ ପ୍ରତି ଭଲ ପାଇବା ଏବଂ ତାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଦୁଇ ଭାଇ ଏମିତି କରିଥିଲେ।