Below header

ପବିତ୍ର ଭାଦ୍ରପଦ ମାସରେ କ’ଣ କରିବା ଉଚିତ ଓ ଅନୁଚିତ, ଜାଣନ୍ତୁ

ଭାଦ୍ରପଦ ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ବର୍ଷର ୬ ମାସ ଏବଂ ଚର୍ତୁମାସର ଦ୍ବିତୀୟ ମାସ। ଇଂରାଜୀ କ୍ଯାଲେଣ୍ଡର ଅନୁସାରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ପଡିଥାଏ। ଏହି ମାସରେ ହରିତାଲିକା ତୀଜ, ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଋଷି ପଞ୍ଚମୀ, ରାଧାଷ୍ଟମୀ ଏବଂ ଅନନ୍ତ ଚର୍ତୁଦର୍ଶୀ ଉତ୍ସବ ପାଳନ କରାଯାଏ। ଏହା ପରେ ୧୫ ଦିନ ପତୃପକ୍ଷ ଆରମ୍ଭ ହୋଇଯାଏ। ଏହିବର୍ଷ ଭାଦ୍ରୋ ମାସ ୨୩ ଅଗଷ୍ଟରୁ ଆରମ୍ଭ ହୋଇ ୨୦ ସେପ୍ଟେମ୍ବରରେ ଶେଷ ହେବ। ତେବେ ଏହି ମାସର କ’ଣ ସବୁ ନିୟମ ଏବଂ ସାବଧାନତା ବିଷୟରେ ଜାଣିବା ନିହାତି ଦରକାର:

କ’ଣ କରିବେ ନାହିଁ:

ଭାଦ୍ରପଦରେ ରସୁଣ, ପିଆଜ, ମହୁ, ଗୁଡ, ଦହି-ଭାତ, ମୂଳା, ବାଇଗଣ, କଞ୍ଚା ଜିନିଷ, ମାଂସ ଏବଂ ମାଛ ସହିତ କୌଣସି ପ୍ରକାର ତାମସିକ ଭୋଜନ କରିବା ଉଚିତ ନୁହେଁ। ତେଲିଆ ଏବଂ ଅଧିକ ମସାଲାଯୁକ୍ତ ଖାଦ୍ଯ ମଧ୍ୟ ଖାଆନ୍ତୁ ନାହିଁ।

ଶରୀରର ଶୁଦ୍ଧି ଏବଂ ପବିତ୍ରତା ପାଇଁ ଗୋଟେ ଥର ଖାଦ୍ଯ ଖାଆନ୍ତୁ।

ଏହି ମାସରେ ସବୁ ପ୍ରକାରର ସୁଖ ସୁବିଧା ତ୍ଯାଗ କରି ଖଟରେ ଶୋଇବା ମଧ୍ୟ ଉଚିତ ନୁହେଁ। ଚଟାଣରେ ମସିଣା ପାରି ଶୋଇବା ଉଚିତ।

ଅସତ୍ଯ ବଚନ କହିବା, ବିଶ୍ବାସଘାତକ କରିବା, ଈର୍ଷା କରିବା, କ୍ରୋଧ କରିବା ସବୁକିଛି ତ୍ଯାଗ କରିବା ଉଚିତ।

କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ଯକରିବା ଉଚିତ ନୁହେଁ।

ଏହି ମାସରେ ନଡିଆ ତେଲର ବ୍ଯବହାର କରିବା ଉଚିତ ନୁହେଁ। ଏମିତି କଲେ ସନ୍ତାନ ସୁଖ କମ୍ ହୋଇଯାଏ।

ଭାଦ୍ରବ ମାସରେ ନିଶାଯୁକ୍ତ ପଦାର୍ଥ ସେବନ କରିବା ଉଚିତ ନୁହେଁ। ଶାରୀରିକ ସମ୍ବନ୍ଧ ମଧ୍ୟରଖନ୍ତୁ ନାହିଁ।

କ’ଣ କରିବେ :

ଏହି ମାସରେ ଭଗବାନ ବିଷ୍ଣୁ, ଶ୍ରୀ କୃଷ୍ଣ, ଗଣେଶ, ମାତା ପାର୍ବତୀ ଏବଂ ଶିବଙ୍କ ଧ୍ୟାନ କରନ୍ତୁ। ଏମିତି କଲେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବ।

ଭାଦ୍ରବ ମାସରେ ପବିତ୍ର ନଦୀରେ ସ୍ନାନ କରିବା ଉଚିତ। ଆଳସ୍ଯ ଦୂର କରିବା ପାଇଁ ଶୀତଳ ଜଳରେ ସ୍ନାନ କରନ୍ତୁ।

ଗରିବଙ୍କୁ ଦାନ କରନ୍ତୁ। ଶ୍ରୀ କୃଷ୍ଣଙ୍କୁ ତୁଳସୀ ଦଳ ଅର୍ପଣ କରନ୍ତୁ ଏବଂ କ୍ଷୀର ଫୁଟାଇ ପିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.