ରାଜ୍ୟରେ ରହିବ କି ନାଇଟ୍‌ କର୍ଫ୍ୟୁ? ଆଜି ଆସିବ ସେପ୍ଟମ୍ବର ଗାଇଡଲାଇନ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି କରୋନା ଗ୍ରାଫ୍‌। ହେଲେ ସଂପୂର୍ଣ୍ଣ ଅନଲକ୍‌ ହୋଇନାହିଁ ଓଡ଼ିଶା। ସେପଟେ ଆଜି ସରିବ ଅଗଷ୍ଟ ଅନ୍‌ଲକ ଗାଇଡଲାଇନ ଅବଧି, ଆସିବ ସେପ୍ଟମ୍ବର ଗାଇଡଲାଇନ। କଣ ରହିବ ଏହାର ରୂପରେଖ? ରାଜ୍ୟରେ ବର୍ତ୍ତମାନର କରୋନା ସ୍ଥିତି ଓ ଭବିଷ୍ୟତ ତୃତୀୟ ଲହର ଆଶଙ୍କା ଦେଖି ନିଷ୍ପତ୍ତି ନେବେ ସରକାର।

ରାଜ୍ୟରେ ରହିବ କି ନାଇଟ୍‌ କର୍ଫ୍ୟୁ। ତିନି ସହର ଭୁବନେଶ୍ୱର, କଟକ ଓ ପୁରୀରୁ ସପ୍ତାହାନ୍ତ ସଟ୍‌ ଡାଉନ୍‌ ରହିବ ନା ହଟିବ। ଦୋକାନ ଖୋଲିବା ସମୟ ରାତି ୮ଟାରୁ ୯ଟା କିମ୍ବା ୧୦ ପର୍ଯ୍ୟନ୍ତ ବଢାଯାଇପାରେ। ସେପ୍‌ଟେମ୍ବର ମାସରେ ମଧ୍ୟ ସବୁପ୍ରକାର ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଉପରେ କଟକଣା ପୂର୍ବବଳି ରହିପାରେ। ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ନିୟମରେ ପରିବର୍ତ୍ତନ ହୋଇପାରେ। କିନ୍ତୁ ଆଗକୁ ଆସୁଛି ପାର୍ବଣ ଓ ରହିଛି ତୃତୀୟ ଲହର ଆଶଙ୍କା। ଆଗକୁ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବା ଅନୁମାନ କରାଯାଉଛି। ଏ ସବୁକୁ ଦେଖି ନିଷ୍ପତ୍ତି ନେବେ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.