ପ୍ରକୃତିର ନିଆରା କଳାକୃତି ! ହ୍ରଦରେ ଅଙ୍କାଯାଇଛି ଭାରତ ମାନଚିତ୍ର, ଦେଖନ୍ତୁ ଫଟୋ

ପ୍ରକୃତି ଆମକୁ ଅଜବ ଅଜବ ଦୃଶ୍ୟ ଦେଖେଇଥାଏ । ଯାହାର ତାଳମେଳ ଆମ ଦୈନନ୍ଦିନ ଜୀବନ ସହ ରହିଥାଏ । ଏମଧ୍ୟରୁ କିଛି ଆମ ଆଖି ସାମ୍ନାକୁ ଆସିଥିବା ବେଳେ ଆଉ କିଛି କିଛି ଲୁଚି ଯାଇଥାଏ । ନିକଟରେ ବିଭିନ୍ନ ସୋସିଆଲ ମିଡିଆରେ ଏକ ହ୍ରଦର ଦୃଶ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ସେୟାର ହେଉଥିବା ଏହି ହ୍ରଦର ଆକାର ଆମ ଦେଶ ଭାରତର ନକ୍ସା ସହ ଖୁବ ମେଳ ଖାଉଛି । ଭାରତ ସଦୃଶ ଏହି ହ୍ରଦଟିର ଚାରି ପାଖରେ ସୁଉଚ୍ଚ ପାହାଡ ମାନ ଘେରିରହିଛି । ଧ୍ୟାନର ସହ ଦେଖିଲେ ମନେ ହେବ ସତେ ଯେମିତି କେହି ଜଣେ ପାଣିରେ ଭାରତ ନକ୍ସାକୁ ଆଙ୍କି ଦେଇଛନ୍ତି । ଅବିକଳ ଭାରତ ପରି ଦେଖାଯାଉଥିବା ହ୍ରଦର ପ୍ରାକୃତିକ ଦୃଶ୍ୟ କିନ୍ତୁ ଖୁବ ମନୋରମ । ଚାରି ପାର୍ଶ୍ଵ ସବୁଜିମାମୟ ।

ଏହି ଫଟୋଟିକୁ @humana -shifa ନାମକ ଜଣେ ବ୍ୟକ୍ତି ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ” ଆଇନଷ୍ଟାଇନ କହିଛନ୍ତିକି ଆପଣ ଥରେ ପ୍ରକୃତିକୁ ଭଲ ଭାବରେ ଦେଖନ୍ତୁ, ଆପଣ ସବୁକିଛି ଭଲ ଭାବରେ ବୁଝିଯାଇପାରିବେ । ଏହି ଦୃଶ୍ୟଟି ପ୍ରକୃତରେ କେଉଁଠିକାର, ଏହାର ଠିକଣା କେଉଁଠି ସେବାବଦରେ କୌଣସି ସୂଚନା ମିଳିପାରିନାହିଁ । ଟ୍ୱିଟରରେ ଫଟୋ ଟିକୁ ସେୟାର କରାଯାଇଥିବା ବେଳେ ତଳେ ଅନେକ ଲୋକ କମେଣ୍ଟରେ ନିଜ ନିଜ ମତ ରଖିଛନ୍ତି । ଆଉ ଲେଖିଛନ୍ତିକି “ଏହି ଦୃଶ୍ୟ ଖୁବ ଅଦ୍ଭୁତ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.