ପାଟ୍ରୋଲିଂ ବେଳେ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ଭଞ୍ଜନଗର(କେନ୍ଯୁଜ୍): ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ଜବତ। ସୂଚନା ଅନୁଯାୟୀ, ଖଣ୍ଡଦେଉଳି ଗାଁ ନିକଟ ରାସ୍ତାରେ ଚଢାଉ କରି, ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୩ କିଲୋ ୭୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

ଏହା ସହ ଗୋଟିଏ ମେକ୍ସପିକଅପ୍ ଭ୍ୟାନ୍ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ୍। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆସିକା ଏସ୍ .ଡି . ପି .ଓ ଉମାଶଙ୍କର ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.