କେନ୍ଯୁଜ୍: ମହିଳା କ୍ରିକେଟ୍କୁ ଅନୁମତି ନ ଦେଲେ ମ୍ୟାଚ୍ ରଦ୍ଦ । ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ନଦେଲେ ଆଫଗାନିସ୍ତାନ ସହ ଟେଷ୍ଟ ମ୍ୟାଚ୍ ଖେଳିବନି ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ । ଏଭଳି ନିଷ୍ପତ୍ତି ନେଇଛି କ୍ରିକେଟ ଅଷ୍ଟ୍ରେଲିଆ ।
ନଭେମ୍ବରରେ ଆଫଗାନିସ୍ତାନ ସହ ଅଷ୍ଟ୍ରେଲିଆର ପୁରୁଷ କ୍ରିକେଟ ମ୍ୟାଚ ଥିଲା। ମାତ୍ର ନୂଆ ତାଲିବାନ ସରକାର ମହିଳାଙ୍କୁ କ୍ରିକେଟ ମ୍ୟାଚ ଖେଳିବାକୁ ଅନୁମତି ନଦେଲେ ଏହି ମ୍ୟାଚ ଖେଳାଯିବନି ବୋଲି କହିଛି କ୍ରିକେଟ ଅଷ୍ଟ୍ରେଲିଆ। କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ ନିକ୍ ହକ୍ଲେ ଏହି ସୂଚନା ଦେଇଛନ୍ତି।