ଫେସବୁକ୍ Ray-Ban ସହିତ ମିଶି ଲଞ୍ଚ କଲା ସ୍ମାର୍ଟ ଚଷମା, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ଫେସବୁକ୍ Inc Ray-Ban ସହିତ ପାର୍ଟନରସିପ କରି ନିଜର ପ୍ରଥମ ସ୍ମାର୍ଟ ଚଷମା Ray-Ban Stories ଲଞ୍ଚ କରିଛି। କମ୍ପାନୀ କହିବା ମୁତାବକ, ଏହି ଡିଭାଇସରେ ୟୁଜର୍ସ ଫଟୋ ଏବଂ ଭିଡିଓ କ୍ଯାପଚର କରିପାରିବେ। ଏଥିରେ ଗୀତ ଶୁଣିବା ଏବଂ ଫୋନ କଲ୍ କରିବାର ଅନ୍ଦାଜ ମଧ୍ୟ ବଦଳିଯିବ।

ଏହି ଚଷମାକୁ Ray-Ban ମେକର EssilorLuxottica ସହିତ ମିଶି ପ୍ରସ୍ତୁତ କରାଯାଇଛି। ଏହାକୁ ଯିଏ ପିନ୍ଧିବ ସେ ଗୀତ ଶୁଣିପାରିବ, ଫଟୋ ନେଇ ଫେସବୁକ ଆପରେ ସେୟାର କରିପାରିବେ। କମ୍ପାନୀ ଏହାର ଦାମ୍ ୨୯୯ ଡଲାରରୁ ରଖିଛି ବୋଲି କହିଛି।

ଏଥିରେ ୫ ଏମପି ଡୁଆଲ କ୍ଯାମେରା ଦିଆଯାଇଛି। ଏହି ଫଟୋକୁ ନେଇ ଆପଣ ୩୦ ସେକେଣ୍ଡ ପର୍ଯ୍ଯନ୍ତ ଭିଡିଓ ମଧ୍ୟ କରିପାରିବେ। ଏଥିପାଇଁ କ୍ଯାପଚର ବଟନ କିମ୍ବା ହ୍ଯାଣ୍ଡସ ଫ୍ରି ଫେସବୁକ ଆସିଷ୍ଟାଣ୍ଟ ଭଏସ କମାଣ୍ଡସ ୟୁଜ କରିପାରିବେ।

ଏଥିରେ ଏଲଇଡି ଲାଇଟ ମଧ୍ୟ ଦିଆଯାଇଛି। ଏଥିରେ ବିଲ୍ଟ ଇନ ଓପନ ଇଅର ସ୍ପିକର୍ସ ମଧ୍ୟ ଦିଆଯାଇଛି। ଥ୍ରୀ ମାଇକ୍ରୋଫୋନ କଲସ ଏବଂ ଭିଡିଓର ଅଡିଓ ଭଏସ ସାଉଣ୍ଡ ଟ୍ରାନ୍ସମିଶନ ମଧ୍ୟ ବହୁତ ବଢିଆ ରହିଛି। ଏହାକୁ ଫେସବୁକ ଭ୍ଯୁ ଆପ ସହିତ ପେୟାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.