ରାସ୍ତା ମଝିରେ ଲାଗିଛି କଦଳୀ ଗଛ, କାହା ପାଇଁ ଅସୁବିଧା ନ କରି ପଥଚାରୀଙ୍କୁ ଦେଖାଉଛି ସଠିକ ରାସ୍ତା

ଯଦି ଆପଣଙ୍କୁ କିଏ କହେ କି, ବ୍ଯସ୍ତ ଏବଂ ଜନଗହଳି ରାସ୍ତା ମଝିରେ କିଏ କଦଳୀ ଗଛ ଲଗାଇଛି, ତେବେ ଆପଣ ହୁଏତ ବିଶ୍ବାସ କରିବେ ନାହିଁ। କିନ୍ତୁ ଆମେରିକାର ଫ୍ଲୋରିଡାରେ ଏମିତି କିଛି ଦେଖିବାକୁ ମିଳିଛି।

ଖବର ମୁତାବକ, ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଏହି କଦଳୀ ଗଛ ଯୋଗୁଁ କୌଣସି ଅସୁବିଧା ଭୋଗିବାକୁ ପଡୁନାହିଁ। ଏହି କଦଳୀ ଗଛ ରାସ୍ତାରେ ହୋଇଥିବା ଏକ ବଡ ଗାତରେ ଲଗାଯାଇଛି। ଏହି ଗାତରେ ପାଣି ସହିତ ପଙ୍କ କାଦୁଅ ପୂର୍ଣ୍ଣ ରହିଛି। ତେଣୁ ପୂର୍ବରୁ ଏହି ରାସ୍ତା ଦେଇ ଯାଉଥିବା ଗାଡି ସବୁବେଳେ ଏହି ଗାତରେ ଫସିଯାଉଥିଲା। ଏବେ କଦଳୀ ଗଛ ଯୋଗୁଁ ଲୋକଙ୍କୁ କୌଣସି ସମସ୍ଯା ଭୋଗିବାକୁ ପଡୁନାହିଁ।

ଫ୍ଲୋରିଡାର କୋର୍ଟ ପାଖରେ ଥିବା ହୋଣ୍ଡା ଡ୍ରାଇଭ ସାମ୍ନା ସଡକରେ ଗୋଟେ ନୁହେଁ ଦୁଇଟି ଗାତ ହୋଇଛି। ଏହି ଗାତକୁ ସ୍ଥାନୀୟ ପ୍ରଶାସନ ଯେତେ କହିଲେ ମଧ୍ୟ ଧ୍ୟାନ ଦେଉନାହାନ୍ତି। ତେଣୁ ଏହି ବଡ ଗାତରେ ଗୋଟେ କଦଳୀ ଗଛ ଲଗାଯାଇଛି। ଯାହା ପ୍ରଶାସନର ଧ୍ୟାନ ଆକର୍ଷଣ ପାଇଁ କରାଯାଇଛି। ଏବେ କଦଳୀ ଗଛ ଯୋଗୁଁ ଲୋକମାନେ ରାସ୍ତା ସଠିକ ବିଷୟରେ ଜାଣିପାରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.