IES/ISS ରେଜଲ୍ଟ ପ୍ରକାଶିତ, ଜାଣନ୍ତୁ କିଏ ହୋଇଛନ୍ତି ଉତ୍ତୀର୍ଣ୍ଣ

ସଂଘ ଲୋକ ସେବା ଆୟୋଗ ଭାରତୀୟ ଆର୍ଥକ ସେବା IES ପରୀକ୍ଷା ୨୦୨୧ ଏବଂ ଭାରତୀୟ ସାଂଖ୍ୟିକି ସେବା ISS ପରୀକ୍ଷା ୨୦୨୧ର ରେଜଲ୍ଟ ପ୍ରକାଶ କରିସାରିଛି। ପରୀକ୍ଷା ଫଳ ଗତ କାଲି ବା ୯ ସେପ୍ଟେମ୍ବରରେ ପ୍ରକାଶ ପାଇଛି। ତେବେ ଲିଖିତ ପରୀକ୍ଷାରେ ପାସ୍‌ ହୋଇଥିବା ପିଲାଙ୍କର ପର୍ସନାଲିଟି ଟେଷ୍ଟ ବା ବ୍ୟକ୍ତିତ୍ୱ ପରିକ୍ଷା ପାଇଁ ସିଲେକ୍ଟ ହୋଇଥିବା ପିଲାଙ୍କର ତାଲିକା ବାହାର କରାଯାଇଛି। ଏହି ଲିଷ୍ଟ ଅଫିସିଆଲ େଓ୍ଵବସାଇଟରେ ପ୍ରକାଶ କରାଯାଇଛି। ପିଲାମାନେ ନିଜ ରୋଲ ନମ୍ବର ଚେକ କରିବା ପାଇଁ ଏହାର ଅଫିସିଆଲ େଓ୍ଵବସାଇଟ upsc.gov.inରେ ଦେଖିପାରିବେ।

ଏହାର ଲିଖିତ ପରୀକ୍ଷା UPSC ଜୁଲାଇ ମାସରେ କରିଥିଲେ। ଉତ୍ତୀର୍ଣ୍ଣ ପ୍ରାର୍ଥୀ ପର୍ସନାଲିଟି ଟେଷ୍ଟ ପାଇଁ ବୟସ, ଶୈକ୍ଷଣିକ ଯୋଗ୍ୟତା , ଶାରୀରିକ ଅକ୍ଷମତା ଆଦି ସମ୍ପର୍କରେ ସମସ୍ତ ସୂଚନା ଦେବାକୁ ପଡିବ। ଏହି ପ୍ରମାଣ ପତ୍ର ଅଧାରରେ ପ୍ରାର୍ଥର ପର୍ସନାଲିଟି ଟେଷ୍ଟ କରାଯିବ। ଏହାକୁ ପରୀକ୍ଷା ପୂର୍ବରୁ ପ୍ରମାଣ ସ୍ୱରୂପ ଡିପୋଜିଟ କରାଯିବ।

ନିଜ ନାମ ଚେକ କରିବା ପାଇଁ ପ୍ରାର୍ଥୀ ମାନଙ୍କୁ ୧୫ ସେପ୍ଟେମ୍ବର ରୁ ୨୮ ସେପ୍ଟେମ୍ବର ମଧ୍ୟରେ ଅଫିସିଆଲ େଓ୍ଵବସାଇଟ ରେ ଥିବା ଫର୍ମ ବା ଆବେଦନ ପତ୍ରକୁ ଫିଲଅପ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.