ପୁଣି ଦୋହରିଲା ସମସ୍ୟା : ଆଖଣ୍ଡଳମଣୀ ଗର୍ଭ ଗୃହରେ ବର୍ଷା ପାଣି

ଭଦ୍ରକ : ଆଖଣ୍ଡଳମଣୀ ଗର୍ଭ ଗୃହରେ ବର୍ଷା ପାଣି । ଲୁଘୁଚାପ ଜନିତ ୨ ଦିନର ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀ ମନ୍ଦିର ଗର୍ଭ ଗୃହରେ ପାଣି ଜମି ରହିଛି । ମନ୍ଦିର ପ୍ରଶାସନ ତରଫରୁ ପମ୍ପ ଯୋଗେ ପାଣି ନିଷ୍କାସନ କରାଯାଉଛି । ଏହି ସମସ୍ୟା ଦୀର୍ଘ ବର୍ଷର ।

ଲଗାଣ ବର୍ଷାରେ ସର୍ବଦା ପାଣି ଜମୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସେବାୟତମାନେ ହଇରାଣ ହରକତ ହେଉଥିବା କରିଛନ୍ତି । ଏନେ ବହୁବାର ଅଭିଯୋଗ ସତ୍ତ୍ୱେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ତରଫରୁ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.