କୋହଲିଙ୍କ ଏଭଳି କଥା ପରେ ଟିମ ଇଣ୍ଡିଆ ଅଧିନାୟକ ହୋଇପାରନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା

କେନ୍ୟୁଜ:ରୋହିତ ଶର୍ମା ହୋଇପାରନ୍ତି କ୍ୟାପଟେନ । ଟିମ ଇଣ୍ଡିଆ କ୍ରିକେଟର ଅଧିନାୟକ ହୋଇପାରନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା । ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମା ଟିମ ଇଣ୍ଡିଆର କ୍ୟାପଟେନ ହେବେ ବୋଲି ଜଣାପଡିଛି ।

ସେ ଦିନିକିଆ ଓ ଟି-୨୦ ମ୍ୟାଚରେ ଅଧିନାୟକ ଭାର ତୁଲାଇବେ । ହ୍ଵାଇଟ ବଲ କ୍ରିକେଟରେ ସେ କ୍ୟାପଟେନ ହେବେ । ଟେଷ୍ଟ ମ୍ୟାଚ୍‌ରେ ବିରାଟ କୋହଲିଅଧିନାୟକ ରହିବେ । ସବୁ ଫର୍ମାଟରେ ଅଧିନାୟକ ହେଉଥିବାରୁ କୋହଲିଙ୍କ ବ୍ୟାଟିଂ ଉପରେ ପ୍ରଭାବ ପଡ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଉଥିବା ସୂଚନା ମିଳିଛି ।