ଆଫଗାନିସ୍ତାନରେ ତାଲିବାନ ସରକାରକୁ ସ୍ୱୀକାର କରିବାକୁ ମନା କଲା ଭାରତ

ଆଫଗାନିସ୍ତାନରେ ତାଲିବାନ ସରକାରକୁ ସ୍ୱୀକାର କରିବାକୁ ମନା କରି ଦେଇଛି ଭାରତ। ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ସେ ତାଲିବାନର ନୂଆ ସରକାରକୁ ଏକ ବ୍ୟବସ୍ଥା ଠାରୁ ଅଧିକ କିଛି ଭାବୁନାହାନ୍ତି ଓ ସେଥିରେ ମଧ୍ୟ ସବୁ ବର୍ଗକୁ ସାମିଲ କରାନଯିବାରୁ ସେ ଚିନ୍ତିତ ଅଛନ୍ତି। ଏଥିସହ ଭାରତ ଆଫଗାନିସ୍ତାନର ମହିଳା ଓ ଅଳ୍ପ ସଂଖ୍ୟକ ବର୍ଗଙ୍କ ସ୍ଥିତିକୁ ନେଇ ଅଧିକ ଚିନ୍ତିତ ଅଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଭାରତ ଚାହୁଁଛି ଯେ ଆଫଗାନିସ୍ତାନର ମାଟିକୁ ଆତଙ୍କବାଦ ପାଇଁ ବ୍ୟବହାର କରାନଯାଉ। ଏନେଇ ଭାରତ ଅଷ୍ଟ୍ରେଲିଆ ସଂଯୁକ୍ତ ରାଷ୍ଟ୍ରର ୨୫୯୩ ବିଧେୟକ ଲାଗୁ କରିବା ନେଇ ଚର୍ଚ୍ଚା କରିଛି। ଏହି ବିଧେୟକ ଲାଗୁ ହେବା ପରେ ଯେକୌଣସି ଦେଶରେ ଆତଙ୍କବାଦୀଙ୍କ ଉପରେ ରୋକ୍‌ ଲାଗିପାରିବ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ କବ୍‌ଜା କରିଛି ତାଲିବାନ। ତାଲିବାନର ହାତକୁ ଆସିବା ପରେ ଆଫଗାନିସ୍ତାନରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଦେଶର ଲୋକମାନେ ଦେଶ ଛାଡ଼ି ଚାଲିଯାଉଥିବା ଦେଖାଯାଇଛି। ଆମେରିକା ସେନା ଦେଶରେ ମୁତୟନ ଥିବା ଯାଏଁ ସେଠାରେ ବିମାନ ଚଳାଚଳ ସ୍ୱାଭାବିକ ହେଉଥିଲା। କିନ୍ତୁ ଅଗଷ୍ଟ ୩୧ରେ ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ସେଠାରେ ଲୋକମାନେ ଦେଶ ବାହାରକୁ ବି ବାହାରିପାରୁନଥିବା ଦେଖାଯାଇଛି। ଖାସ୍‌ କରି ଆଫଗାନିସ୍ତାନରେ ମହିଳାଙ୍କ ସ୍ଥିତି ଶୋଚନୀୟ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.