ସିଝା ଅଣ୍ଡା ଖାଉଥିଲେ ଏବେଠୁ ହୁଅନ୍ତୁ ସାବଧାନ, ଜାଣନ୍ତୁ ଏହାକୁ ଖାଇଲେ ଦେଖାଦିଏ କି କି ସମସ୍ୟା

ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ବୋଲି ତ ଆମେ ସମସ୍ତେ ଜାଣନ୍ତି। ଅଣ୍ଡାରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି, ଯାହା ଶରୀର ପାଇଁ ଦରକାରୀ। ଅଣ୍ଡା କେବଳ ଓଜନ ବଢ଼ାଇବା ଓ କମାଇବାରେ ସାହାଯ୍ୟ କରିନଥାଏ, ବରଂ ଏହା ଦୃଷ୍ଟି ଶକ୍ତିକୁ ମଧ୍ୟ ବୃଦ୍ଧି କରେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଣ୍ଡା ଆମର କେତେକ କ୍ଷତି ମଧ୍ୟ କରେ। ତେବେ ଆସନ୍ତୁ ଜାଣିବା ସିଝା ଅଣ୍ଡା ଖାଇବା ଦ୍ୱାରା ଦେଖାଯାଉଥିବା ସମସ୍ୟା ସମ୍ପର୍କରେ…

ଏକ ରିସର୍ଚ୍ଚ ମୁତାବକ, ହାଇ ବ୍ଲଡ ପ୍ରେସର, ଡାଇବେଟିସ୍‌ ଓ ହାର୍ଟ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ବ୍ୟକ୍ତି ସିଝା ଅଣ୍ଡାର ହଳଦିଆ ଅଂଶ ବା କେସର ଖାଇବା ଅନୁଚିତ। ଅଣ୍ଡାର କେସରରେ ପ୍ରଚୁର ମାତ୍ରାରେ କୋଲୋଷ୍ଟ୍ରୋଲ ରହିଥାଏ। ଏହା ହାର୍ଟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରେ।

ତେବେ କିଛି ଲୋକ ଅଣ୍ଡାକୁ ସିଝାଇ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏକ୍ସପର୍ଟଙ୍କ କହିବାନୁସାରେ, ସିଝା ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ସେସବୁ ପୋଷକ ତତ୍ତ୍ୱ ମିଳିନଥାଏ ଯାହା ଶରୀର ଆବଶ୍ୟକ କରେ। ଏଣୁ ସବୁବେଳେ ଅଣ୍ଡାକୁ ଆମ୍‌ଲେଟ୍‌ କରି ଖାଇବା ଉତ୍ତମ ହୋଇଥାଏ ବୋଲି ଏକ୍ସପର୍ଟ ମତ ଦିଅନ୍ତି।

ସବୁଠୁ ଜରୁରୀ କଥା ହେଉଛି ଆପଣ ଅଣ୍ଡା ଖାଇବା ବେଳେ ସବୁବେଳେ ଏହାକୁ ଠିକ୍‌ ଭାବେ ରାନ୍ଧି ଖାଆନ୍ତୁ। କାରଣ ଅଧା ସିଝା ଅଣ୍ଡା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଅଣ୍ଡା ଅଧା ସିଝିଥିବା ବେଳେ ଖାଇଲେ ଏହା ଦ୍ୱାରା କିଛି ଲୋକଙ୍କ ଠାରେ ଆଲର୍ଜି ହୋଇଥାଏ। ଆଉ କିଛି ଲୋକଙ୍କ ଶରୀର କୁଣ୍ଡାଇ ହୋଇ ନାଲି ନାଲି ଫଳିଯାଏ। ଏଣୁ ଅଣ୍ଡାକୁ ଠିକ୍‌ ଭାବେ ଆମ୍‌ଲେଟ୍‌ କରି ଖାଇବାକୁ ଖାଦ୍ୟ ବିଶେଷଜ୍ଞ ମତ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.