ଆଖି ତଳ କଳା ପଡୁଥିଲେ ପ୍ରତିଦିନ କଞ୍ଚା କ୍ଷୀରରେ ଏହିସବୁ ଜିନିଷ ମିଶାଇ ଲଗାନ୍ତୁ, ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିବ

ଆଖି ତଳ କଳା ପଡ଼ିବାକୁ ନେଇ ଏବେ କେବଳ ଝିଅମାନେ ନୁହଁନ୍ତି ବରଂ ପୁଅମାନେ ମଧ୍ୟ ଖୁବ ଚିନ୍ତାରେ ପଡିଲେଣି। ଡାର୍କ ସର୍କଲ୍ସ ସମସ୍ୟାର ସମାଧାନ ପାଇଁ ଅନେକ ଉପାୟ ଆପଣାଉଛନ୍ତି କିନ୍ତୁ ଫେଲ ମାରୁଛନ୍ତି। ତେବେ ଏଥିପାଇଁ ଆପଣ କ୍ଲିନିକାଲ ଟ୍ରାୟଲ ଅପେକ୍ଷା ଯଦି ଘରୋଇ ଉପଚାର କରିବେ ତେବେ ବେଶ ଫାଇଦା ପାଇବେ। ଆମେ ଆଜି ଆପଣଙ୍କୁ ଏଥିପାଇଁ ଘରୋଇ ଉପାୟ କହିବୁ। ଏହାକୁ ଉପଯଯୋଗ କରି ଆପଣ ଭଲ ରେଜଲ୍ଟ ପାଇପାରିବେ।

ଆପଣଙ୍କ ଆଖି ତଳ କଳା ପଡ଼ୁଥିଲେ ଆପଣ କ୍ଷୀର ବ୍ୟବହାର କରି ଏହି ସମସ୍ୟାକୁ ଦୂରେଇ ପାରିବେ। ଡାର୍କ ସର୍କଲ୍ସ ପାଇଁ କ୍ଷୀର ବେଷ୍ଟ ରିମେଡି ବା ପ୍ରତିକାର ହୋଇଥାଏ। ସାଧାରଣତଃ ଏହି ସମସ୍ୟାର ଅନେକ କାରଣ ରହିଥାଏ । ଏହା ମଧ୍ୟରୁ ଆନୁବଂଶିକତା, ବୟସ ବୃଦ୍ଧି, ଶୁଷ୍କ ତ୍ୱଚା , ଅଧିକ କାନ୍ଦିଲେ, କମ୍ପ୍ୟୁଟର ଆଗରେ ଅଧିକ ସମୟ ବସିଲେ, ମାନସିକ ଓ ଶାରୀରିକ ସ୍ତରରେ ଚିନ୍ତାରେ ରହିଲେ, ନିଦ ଠିକ ଭାବେ ନହେଲେ ଏବଂ ପୃଷ୍ଟିକର ଖାଦ୍ୟର ଅଭାବ ହେତୁ ଏହି ସମସ୍ୟା ଦେଖାଯାଏ।

ତେଣୁ ଏହି ସମସ୍ୟା ପାଇଁ କ୍ଷୀର ସବୁଠୁ ବେଷ୍ଟ ହୋଇଥାଏ। ଆପଣଙ୍କୁ ଏଥିପାଇଁ କଣ କରିବାକୁ ପଡିବ ଜାଣନ୍ତୁ-

milk
pc: the coversation

-ପ୍ରଥମେ ଏକ ପାତ୍ର ନିଅନ୍ତୁ। ଏଥିରେ ଥଣ୍ଡା କ୍ଷୀର ନେଇ ଏଥିରେ ଦୁଇଟି କଟନ କପଡ଼ା ଭିଜାଇ ରଖନ୍ତୁ ।
– କଟନ କପଡ଼ା ଭଲସେ ଭିଜିଗଲା ପରେ ଏହାକୁ ଆଖି ଉପରେ ପକାଇ ରଖନ୍ତୁ । ଏପରି ଭାବେ ରଖିବେ ଯେମିତି ଏହା ଡାର୍କ ସର୍କଲ୍ସକୁ ଘୋହାଇ ହୋଇ ରହୁଥିବ।
– ଏହିପରି ଭାବେ ୨୦ ମିନିଟ ରଖନ୍ତୁ । ଏହାପରେ କଟନ କପଡ଼ା ବାହାର କରନ୍ତୁ ।
– ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଦିନକୁ ୩ ଥର କରିପାରିବେ।

ଏହା ଡାର୍କ ସର୍କଲ୍ସ ହଟାଇବାର ସବୁଠୁ ବେଷ୍ଟ ପ୍ରତିକାର, ଯାହାକୁ ଆପଣ ଖୁବ ସହଜରେ ଘରେ ଆପ୍ଲାଏ କରିପାରିବେ। ଏଥିରେ ଆପଣ ଗୋଲାପ ଜଳ ମଧ୍ୟ ମିଶାଇପାରିବେ। ଏହାବ୍ୟତିତ ଆଳୁ ରସ, କାକୁଡି ରସ କିମ୍ବା ବାଦାମ ତେଲ, ମହୁ ମଧ୍ୟ ପକାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.