GST କାଉନସିଲ ବୈଠକରେ ନିଷ୍ପତ୍ତି, ଏବେ କମିବନି ପେଟ୍ରୋଲ ଓ ଡିଜେଲ ଦର 

ନୂଆଦିଲ୍ଲୀ : ଏବେ କମିବନି ପେଟ୍ରୋଲ ଓ ଡିଜେଲ ଦର । GST ପରିସରଭୁକ୍ତ ହେବନି ତୈଳ ଦର । ଏମିତି ନିଷ୍ପତ୍ତି ନିଆଯାଇଛି ଆଜିGST କାଉନସିଲ ବୈଠକରେ ।

ଲକ୍ଷ୍ନୋରେ ଅନୁଷ୍ଠିତ ୪୫ତମ GST କାଉନସିଲ ବୈଠକରେ ‘ପେଟ୍ରୋଲ, ଡିଜେଲ୍କୁ GST ପରିସରଭୁକ୍ତ କରିବାକୁ ଅନେକ ବିଚାର ବିମର୍ଷ ହୋଇଥିଲା। କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଫଳରେ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା କେନ୍ଦ୍ରୀୟ ଓ ରାଜ୍ୟ ଶୁଳ୍କ ପୂର୍ବଭଳି ଜାରି ରହିବ।

ସେପଟେ କୋଭିଡ ଔଷଧ ଉପରେ GST ରିହାତି ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନେକ ଜୀବନ ରକ୍ଷାକାରୀ ଔଷଧ ଉପରୁ ଜିଏସଟିକୁ ୧୨ରୁ ୫%କୁ ହ୍ରାସ କରାଯାଇଛି। କ୍ୟାନସର ଚିକିତ୍ସାରେ ବ୍ୟବହୃତ ଔଷଧରେ ଜିଏସଟିକୁ ୧୨ରୁ ୫ପ୍ରତିଶତକୁ କମାଇ ଦିଆଯଆଇଛି। ବାୟୋ ଡିଜେଲ୍ ଉପରୁ ୧୨ରୁ ୫%କୁ GST ହ୍ରାସ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.