କାର୍ଯ୍ଯସିଦ୍ଧି ପାଇଁ ଉଚିତ ଆସନରେ ବସି କରନ୍ତୁ ପୂଜା, ଜାଣନ୍ତୁ ଏହାସହିତ ଜଡିତ ଜରୁରୀ ନିୟମ

ଈଶ୍ବରଙ୍କ ପୂଜା କରିବା ପାଇଁ ଅନେକ ନୀତି ନିୟମର ପାଳନ କରାଯାଏ। ଯେପରି ପ୍ରତ୍ଯେକ ଦେବାଦେବୀଙ୍କୁ ଅଲଗା ଅଲଗା ଫୁଲ, ପ୍ରସାଦ ଏବଂ ମନ୍ତ୍ର ଆଦି ପ୍ରୟୋଗ କରାଯାଏ। ଠିକ୍ ସେହିପରି କିଛି ଈଶ୍ବରୀୟ ସାଧନାକୁ ସଫଳ କରିବା ପାଇଁ ହେଲେ ଅଲଗା ଅଲଗା ପ୍ରକାର ଆସନ ଉପରେ ବସି ପୂଜା କରିବାର ବିଧାନ ରହିଥାଏ। ପ୍ରାଚୀନ କାଳରେ ଋଷି-ମୁନିମାନେ ମ୍ଗଚର୍ମ ଉପରେ ବସି ସାଧନା-ଆରାଧନା କରନ୍ତି। ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଆସନ ମିଳିଥାଏ। ଏଥିମଧ୍ୟରୁ କେଉଁ ଆସନ ଆପଣଙ୍କ ପାଇଁ ଉଚିତ ଆଉ କେଉଁଟା ଅନୁଚିତ, ତାହା ଜାଣି ରଖିବା ଜରୁରୀ।

ସନାତନ ପରମ୍ପରାରେ ଈଶ୍ବରଙ୍କ ପୂଜା ସବୁବେଳେ ଆସନ ଉପରେ ବସି କରିବା ଉଚିତ। ତେବେ ଯାଇ ଆପଣଙ୍କ ସାଧନା ନିର୍ବିଘ୍ନ ଭାବେ ସଫଳ ହେବ। ଦେବୀ ଦେବତାଙ୍କ ପାଇଁ କରାଯାଉଥିବା ପୂଜା କାର୍ଯ୍ଯ କେବେ ବି ଜଳେ ବସି କରନ୍ତୁ ନାହିଁ।

ଈଶ୍ବର ପୂଜା ପାଇଁ ଆସନର ବହୁତ ମହତ୍ତ୍ବ ରହିଥାଏ। ଏମିତିରେ ଆପଣ ଯେକୌଣସି ଆସନରେ ବସି ପୂଜା କରିପାରିବେ ନାହିଁ। ପ୍ରଥମେ ଦେବାଦେବୀଙ୍କ ଅନୁରୂପ ଆସନର ବ୍ଯବହାର କରିବା ଉଚିତ। କେବେ ବି ଅନ୍ଯ ବ୍ଯକ୍ତିର ଆସନ ପୂଜା ପାଇଁ ପ୍ରୟୋଗ କରିବା ଉଚିତ ନୁହେଁ।

ଆସନ ବଦଳରେ କେବେ ବି ଅନ୍ଯ ବସ୍ତ୍ର କିମ୍ବା ଅନ୍ଯ କୌଣସି ଜିନିଷ ପ୍ରୟୋଗ କରନ୍ତୁ ନାହିଁ। ଦେବୀ, ଦେବତା ସମ୍ବନ୍ଧୀୟ ପବତି୍ର ଆସନରେ ବସି ପୂଜା କରିବା ଦ୍ବାରା ଈଶ୍ବରୀୟ କ୍ପା ମିଳିଥାଏ। ଏହାର ବିପରୀତ ଆସନ ଧାରଣ କରିବାଦ୍ବାରା ଦୁଃଖ ଏବଂ କଷ୍ଟ ମିଳିଥାଏ। ତଳେ ବସି ପୂଜା କଲେ ଦୁଃଖ, ବାଉଁଶ ଆସନରେ ବସିଲେ ଦରିଦ୍ରତା ଏବଂ କାଠ ନିର୍ମିତ ଆସନରେ ବସିଲେ ଦୁଭାଗ୍ଯ ଇତ୍ଯାଦି ଦେଖାଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.