ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମୀ, ରାସ୍ତା ଖରାପ ଥିବାରୁ ଗର୍ଭବତୀଙ୍କୁ ବୁହାଇ ଆଣିଲେ ୭ କିଲୋମିଟର

ମୋହନା(କେନ୍ଯୁଜ୍): ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମୀ। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଓଲଣ୍ଡା ଗ୍ରାମରେ। ଗ୍ରାମର ରାଇକା ଶବରଙ୍କ ସ୍ତ୍ରୀ ଶୁନିଲା ଶବରଙ୍କ ପ୍ରସବ ଯନ୍ତ୍ରଣା ହେବା ଯୋଗୁଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଖବର ପାଇ  ୧୦୮ ଆମ୍ବୁଲାନ୍ସଟିର ଫାର୍ମାସିଷ୍ଟ ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ୧୦୮ କର୍ମଚାରୀ ମାନେ ଓଲଣ୍ଡା ଅଭିମୁଖେ ବାହାରିଥିଲେ କିନ୍ତୁ ବର୍ଷା ଯୋଗୁଁ ରାସ୍ତା କାଦୁଅ ହୋଇଯାଇଥିଲା। ଯାହା ଦ୍ବାରା ଆମ୍ବୁଲାନ୍ସଟି ଗ୍ରାମଠାରୁ ୭ କିଲୋମିଟର ଦୂରରେ ରହିଯାଇଥିଲା ।

ଫଳରେ ଫାର୍ମାସିଷ୍ଟ ବିଦ୍ୟାଧର ଏବଂ ଆମ୍ବୁଲାନ୍ସ କର୍ମଚାରୀ ଗ୍ରାମବାସୀମାନଙ୍କ ସହାୟତରେ ଗର୍ଭବତୀ ସୁନୀଲାଙ୍କୁ ଷ୍ଟ୍ରେଚର୍ ସହାୟତାରେ ଗ୍ରାମଠାରୁ ୭ କିଲୋମିଟର ବୋହି ବୋହି ଆଣିବା ପରେ ଆମ୍ବୁଲାନ୍ସରେ ନେଇ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଭଳି ମାନସିକତା ପାଇଁ ଫାର୍ମାସିଷ୍ଟଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.