ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ଦୃର୍ବୁତ୍ତ ଫେରାର

ଯାଜପୁର (କେନ୍ୟୁଜ): ବ୍ୟବସାୟୀଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୁତ୍ତ ଫେରାର। ଏହି ଆକ୍ରମଣରେ ବ୍ୟବସାୟୀ ଜଣକ ଗୁରୁତର ଆହତ ହୋଇ କଟକ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନ ଅନ୍ତର୍ଗତ ମଧୁବନ ହାଇସ୍କୁଲ ନିକଟରେ। ସୂଚନା ମୁତାବକ ସ୍ଥାନୀୟ ହାଟସାହି ଗ୍ରାମର ଜୟପ୍ରକାଶ ମହାନ୍ତି ମଧୁବନ ହାଇସ୍କୁଲ ନିକଟରେ ରହି ବାଉଁଶ ବ୍ୟବସାୟ କରିଥାନ୍ତି।

ଆଜି ସକାଳ ପ୍ରାୟ ୭ଟା ସମୟରେ ଦୁଇ ଜଣ ଦୁର୍ବୁତ୍ତ ମଟର ସାଇକେଲରେ ଆସି ତାଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ପାଟିତୁଣ୍ଡ କରିବାରୁ ଦୁର୍ବୁତ୍ତ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.