ବହୁତ ଅଶୁଭ ହୋଇଥାଏ ଦକ୍ଷିଣାଭିମୁଖୀ ଘର କିମ୍ବା ଦୋକାନ, ଜାଣନ୍ତୁ କେମିତି ମିଳିବ ଏହି ବାସ୍ତୁଦୋଷରୁ ମୁକ୍ତି
ବାସ୍ତୁ ଶାସ୍ତ୍ରରେ ଉତ୍ତରମୁଖୀ ଘର କିମ୍ବା ଦୋକାନ ବହୁତ ଶୁଭ ବୋଲି କୁହାଯାଇଛି। ସେହିପରି ଦକ୍ଷିଣାଭିମୁଖୀ ଘର ହେଉ ଅବା ଦୋକାନକୁ ଅଶୁଭ ବୋଲି କୁହାଯାଇଛି। କିନ୍ତୁ ଏମିତି ନିୟମ ସମସ୍ତେ ପାଳନ କରିପାରିବେ, ତାହା ସମ୍ଭବ ହୋଇପାରେ ନାହିଁ। ତେଣୁ ଯେଉଁ ଲୋକଙ୍କ ଘର ଦକ୍ଷିଣାଭିମୁଖୀ ହୋଇଥାଏ, ତେବେ ସେମାନେ କିପରି ନିଜର ବାସ୍ତୁ ଦୋଷ ଦୂର କରିବେ ?
ଦକ୍ଷିଣ ଦିଗରେ ମଙ୍ଗଳ ଗ୍ରହର ପ୍ରଭାବ ରହିଥାଏ। ଏମିତିରେ ଘରେ ରହୁଥିବା ଭାଇମାନଙ୍କ ମଧ୍ୟରେ ବିବାଦ ଏବଂ ଘରେ ଝଗଡା ଲାଗିଥାଏ। ଶରୀରରେ ରକ୍ତ ସମ୍ବନ୍ଧୀୟ ରୋଗ ହୋଇଥାଏ। ଜମିକୁ ନେଇ ବିବାଦ ମଧ୍ୟ ଲାଗିଥାଏ।
ଏମିତି ଦୋଷ ଦୂର କରିବା ଦ୍ବାରା ଘରର ମୁଖ୍ଯ ଦ୍ବାରରେ ହନୁମାନଙ୍କ ଫଟୋ ଲଗାନ୍ତୁ। ଏମିତିରେ ବାସ୍ତୁଦୋଷ ଦୂର ହେବ।
ଘରର ମୁଖ୍ଯ ଦ୍ବାରର ଦୁଇଗୁଣା ଦୂରରେ ନିମ୍ବ ଗଛ ଲଗାନ୍ତୁ। ଏମିତି କଲେ ମଙ୍ଗଳର ପ୍ରଭାବ କମ୍ ହେବ।
ଦକ୍ଷିଣାମୁଖୀ ଘର ହୋଇଥିଲେ ଘର ଦ୍ବାର ସାମ୍ନାରେ ଆଇନା ଲଗାନ୍ତୁ। ଫଳରେ ଯେଉଁ ବ୍ଯକ୍ତି ଘରେ ପସିବ, ତାର ସଂପୂର୍ଣ୍ଣ ପ୍ରତିବିମ୍ବ ଦର୍ପଣରେ ଆସିଯିବ। ଏମିତି କଲେ ନକାରାତ୍ମକ ଶକ୍ତି ଦୂରେଇ ଯିବ।
ଘରର ମୁଖ୍ଯ ଦ୍ବାରରେ ଗଣେଶଙ୍କର ଦୁଇଟି ପଥର ମୂର୍ତ୍ତି ଲଗାନ୍ତୁ, ଯାହାଙ୍କର ପିଠି ପରସ୍ପର ସହିତ ଯୋଡି ହୋଇଥିବ। ଏମିତି କଲେ ଘରେ ଝଗଡା ଶେଷ ହେବ।