ଶୁଙ୍କି ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ, ପାହାଡରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବାତ୍ୟା ଗୁଲାବର ପ୍ରଭାବ । ଶୁଙ୍କି ଘାଟିରେ ବିଭିନ୍ନ ସ୍ଥାନରେ ପାହାଡରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ ହୋଇଛି । ଶୁଙ୍କି ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ ହେଉଛି ।

ରାସ୍ତା ସଫା କାମରେ NDRF,ODRAF ଟିମ ନିୟୋଜିତ ହୋଇଛନ୍ତି । ଭୁସ୍ଖଳନ ସମ୍ଭାବନା ଥିବାରୁ ଗାଡି ଚଳାଚଳ ବନ୍ଦ ରଖାଯାଇଛି । ଶୁଙ୍କି ରାଲେଗଡା ଛକର ୮ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି । ସେପଟେ ରାସ୍ତା ସଫା ହେଉଛି, ସ୍ୱାଭାବିକ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.