ଆଠମଲ୍ଲିକ: ପାଣିରୁ ଉଦ୍ଧାର ହେଲା ହାତୀ ଶାବକ

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ରେଞ୍ଜ ଓ ବାମୁର ରେଞ୍ଜ ମଧ୍ୟବର୍ତ୍ତୀ ରଣିଆକଟା ଅଂଚଳରୁ ଏକ ହାତୀ ଶାବକକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀଙ୍କ ସହାୟତାରେ ବନ କର୍ମଚାରୀମାନେ ୨ ମାସର ଏହି ଅଣ୍ଡିରା ହାତୀକୁ ଉଦ୍ଧାର କରିଛନ୍ତି । ପରେ ତାକୁ ସାନ ରୋହିଲା ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଆଜି ପାହାନ୍ତା ସମୟରେ ମାଧପୁର ଅଂଚଳରୁ ହାତୀପଲ ଆସିଥିଲେ ।

ସେମାନେ ମାନଜୋର ପ୍ରକଳ୍ପର ଉପରମୁଣ୍ଡରେ ପାଣି ଭିତରେ ଅତିକ୍ରମ କରୁଥିବା ବେଳେ ହାତୀ ଶାବକଟି ରାସ୍ତା ଭୁଲି ପାଣିରେ ଫସି ଯାଇଥିବା କୁହାଯାଉଛି । ଆଜି ଗ୍ରାମବାସୀମାନେ ହାତୀ ଶାବକକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ସେମାନେ ଜଙ୍ଗଲ ବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ମଚାରୀମାନେ ଆସି ହାତୀ ଶାବକକୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.