ନନ୍ଦନକାନନ ବାଘ ସଫାରୀରେ ପଶିଲା କୁମ୍ଭୀର, ଆଉ ତାପରେ ଯାହା ହେଲା…

ଭୁବନେଶ୍ବର(କେନ୍ଯୁଜ୍): ବାଘ ସଫାରୀରେ ପଶିଲା କୁମ୍ଭୀର। ନନ୍ଦନକାନନ ବାଘ ସଫାରୀ ଭିତରେ ଥିବା ଜଳାଶୟରେ ୪ ଫୁଟ ଲମ୍ବର ଏକ କୁମ୍ଭୀର ପଶିଛି। ଆଜି ସକାଳେ ପର୍ଯ୍ୟଟକମାନେ ବୁଲିବାକୁ ଆସିଥିବାବେଳେ କୁମ୍ଭୀରକୁ ଦେଖିଥିଲେ। ପର୍ଯ୍ୟଟକମାନେ ସଫାରୀ ବୁଲିବା ସମୟରେ ବାଘଟି ଜଳାଶୟରେ ବାରମ୍ବାର ରଡି ଛାଡୁଥିଲା। କଣ ପାଇଁ ବାଘ ଗର୍ଜନ କରୁଛି ବୋଲି ଲୋକେ ଦେଖିବା ବେଳକୁ ଜଳାଳୟରେ କୁମ୍ଭୀର ପଶିଥିବା ଦେଖିବାକୁ ପାଇଥିଲେ।

ସଫାରୀ ଭିତରକୁ କୁମ୍ଭୀରଟି କାଞ୍ଜିଆ ହ୍ରଦରୁ ଆସିଯାଇଥିବା ଅନୁମାନ କରାଯାଉଛି। ଲଗାଣ ବର୍ଷାରେ ନନ୍ଦନକାନନରେ ଥିବା ବିଭିନ୍ନ ଜଳାଶୟର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଏନେଇ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.