HPCL ରେ ମ୍ଯାନେଜର ଠାରୁ ଆରମ୍ଭ କରି ଡ୍ରାଇଭର ପଦବୀ ପଡିଛି ଖାଲି, ଏମିତି କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ବଡ ଖବର। HPCL ବାୟୋଫ୍ଯୁଏଲ୍ସ ଲିମିଟେଡ ପକ୍ଷରୁ ଜେନେରାଲ ମ୍ଯାନେଜର ଏବଂ ଡିଜିଏମ ସହିତ ବିଭିନ୍ନ ପଦବୀରେ ନିଯୁକ୍ତି କରାଯାଉଛି। ଏଠାରେ ୨୫୫ଟି ପଦବୀରେ ନିଯୁକ୍ତି ହେବ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୬ ଅକ୍ଟୋବର ୨୦୨୧ ରହିଛି।

ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଇଚ୍ଛୁକ ପ୍ରାର୍ଥୀ ଆବେଦନ ଅଫଲାଇନ କରିବେ। ନୋଟିସ ଅନୁସାରେ ପ୍ରାର୍ଥୀ ଆବେଦନ ଏବଂ ନେଗୋସିଏସନ ଫର୍ମ ସହିତ ଗୋଟେ ସିଭି ଏବଂ ସମସ୍ତ ଆବଶ୍ଯକ ଦସ୍ତାବିଜର ସେଲ୍ଫ ଆଟେଷ୍ଟେଡ ଫଟୋ କପି ଦେବାକୁ ପଡିବ। ଆବେଦନ ପତ୍ର ପଠାଇବାର ଠିକଣା HPCL Biofuels Limited, House No-09, Shree Sadan, Paliputra Colony, Patna-800013 ରହିଛି।

ପଦବୀ ବିବରଣୀ: ୨୫୫

ଜେନେରାଲ ମ୍ଯାନେଜର: ୨

ଡିଜିଏମ-ସୁଗାର ଇଂଜିନିୟରିଂ: ୨

ଡିଜିଏମ:୪

ମ୍ଯାନେଜର/ଡେପୁଟି ମ୍ଯାନେଜର: ୧୦

ମ୍ଯାନେଜର ଏଚଆର:୧

ମେକାନିକାଲ ଏବଂ ଇଲେକ୍ଟ୍ରନିକ୍ସ ଇଂଜିନିୟର:୧୧

ସିଫ୍ଟ ଇନଚାର୍ଜ: ୬

ଲ୍ବଯା କେମିଷ୍ଟ: ୫

ଏନଭାଏରମେଣ୍ଟ ଅଫିସର: ୧

ମେଡିକାଲ ଅଫିସର: ୧

ଆକାଉଣ୍ଟ ଅଫିସର: ୨

ଇଡିପି ଅଫିସର: ୧

ଫିଟର, ଅପରେଟର ଆଣ୍ଡ ବଏଲର ଆଟେଣ୍ଟାଣ୍ଟ; ୨୪

ଇଲେକ୍ଟ୍ରସିଆନ, ଇଷ୍ଟ୍ରୁମେଣ୍ଟ ମେକାନିକ, ୱେଲଡର ଏବଂ ଫିଟର: ୧୬

ଅନ୍ଯାନ୍ଯ

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୬ ଅକ୍ଟୋବର ୨୦୨୧ ରହିଛି।

ବୟସ ସୀମା: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରିତ କରାଯାଇଛି। ପ୍ରାର୍ଥୀ ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ।

ଶିକ୍ଷାଗତ ଯୋଗ୍ଯତା: ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ଯତା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://media.yoyosarkari.in/wp-content/uploads/2021/09/Fixed-Term-Contractual-Recruitment-2021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.