ଆପଣ ମଧୁମେହ ରୋଗୀ କି ? ତେବେ ଚା’ରେ ଚିନି ବଦଳରେ ବ୍ୟବହାର କରନ୍ତୁ ଷ୍ଟିଭିଆ

ଷ୍ଟିଭିଆ ଏକ ଆୟୁର୍ବେଦ ଔଷଧ ଏହାର ସ୍ଵାଦ ଚିନି ପରି ମିଠା ଲାଗିଥାଏ । ଏହାକୁ ମିଠା ତୁଳସୀ ମଧ୍ୟ କୁହାଯାଏ । ଏହି ପତ୍ର ଦେଖିବାକୁ ଅବିକଳ ତୁଳସୀ ପତ୍ର ପରି। ଏହାର ଗଛକୁ ଆପଣ ଘର ପାଖେ ମଧ୍ୟ ଲଗାଇ ପାରିବେ। ଏହି ଆୟୁର୍ବେଦ ଓୌଷଧ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏଥିରେ ଅଧିକ କ୍ୟାଲୋରୀ ନଥିବାରୁ ଆପଣ ଚିନି ବଦଳରେ ଷ୍ଟିଭିଆକୁ ବ୍ୟହାର କରପାରିବେ। ଏହାକୁ ଚା,ଲେମ୍ବୁ ପାଣି କିମ୍ଵା ଦହିରେ ମଧ୍ୟ ଗୋଳାଇ ଖାଇପାରିବେ।

ଚା ଏବଂ କଫିକୁ ମିଠା କରିବା ପାଇଁ ଲୋକେ ଷ୍ଟିଭିଆ ପତ୍ରକୁ ଶୁଖାଇ ବ୍ୟବହାର କରିଥାନ୍ତି। ଷ୍ଟିଭିଆ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଏଥିରେ ଆଇରନ୍, ପ୍ରୋଟିନ୍, ଫାଇବର, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ସୋଡିୟମ୍, ଭିଟାମିନ୍ ଏ, ସି ପରି ପୋଷକ ତତ୍ତ୍ୱ ଭରପୂର ହୋଇ ରହିଛି । ଏହି ସମସ୍ତ ପୋଷକ ତତ୍ତ୍ୱ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏହା ମଧୁମେହ ବ୍ୟତିତ ଅନ୍ୟ ରୋଗ ପାଇଁ ମଧ୍ୟ ଉପକାରୀ ।

ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ

ଷ୍ଟିଭିଆରେ ଅଧିକ ମାତ୍ରାରେ କ୍ୟାଲୋରୀ ନଥାଏ । ଏକ ଅଧ୍ୟୟନ ଅନୁଯାୟୀ ଷ୍ଟିଭିଆ ଖାଇବା ଦ୍ଵାରା ଇନସୁଲିନ ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ି ନଥାଏ । ତେଣୁ ମଧୁମେହ ରୋଗୀମାନେ ଏହି ପତ୍ରକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ । ଷ୍ଟିଭିଆ ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

କର୍କଟ ରୋଗ ପାଇଁ ଉପକାରୀ

ଏହି ଆୟୁର୍ବେଦ ଓୌଷଧରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା କର୍କଟ ପୀଡ଼ିତଙ୍କ ଉତ୍ତମ ଖାଦ୍ୟ ହୋଇଥାଏ । ଷ୍ଟିଭିଆରେ କାମ୍ପଫେରୋଲ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା କର୍କଟ ରୋଗର ୟନ୍ତ୍ରଣାକୁ ଉପଷମ କରାଇଥାଏ ।

ଷ୍ଟିଭିଆ ଓଜନ କମାଇବାରେ ସାହାଯ୍ୟ କରିଥାଏ

ଷ୍ଟିଭିଆ ଅଧିକ ମିଠା ହୋଇଥିଲେ ବି ଏଥିରେ କ୍ୟାଲୋରୀ ବହୁତ କମ୍ ଥାଏ । ଆପଣଙ୍କ ଓଜନ ବଢ଼ିବା ନେଇ ଚିନ୍ତା ନକରି ଏହାକୁ ଖାଇପାରିବେ। ଏହା ମିଠାର ଲୋଭ ଥିବା ବ୍ୟକ୍ତିର ମଧ୍ୟ ଇଚ୍ଛା ପୂରଣ କରିପାରିବ। ଆପଣ ଏହାକୁ ପିଲା ମାନଙ୍କ ଖାଦ୍ୟରେ ମଧ୍ୟ ମିଶାଇ ଦେଇ ପାରିବେ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣ ଚିନି ବଦଳରେ ଷ୍ଟିଭିଆକୁ ଖାଇପାରିବେ ।

ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ

ଷ୍ଟିଭିଆରେ ଗ୍ଲାଇକୋସାଇଡ୍ ଥାଏ ଯାହା ଶରୀରରୁ ଅଧିକ ସୋଡିୟମ୍ ବାହାର କରିବାରେ ସାହାଯ୍ୟ କରିଥାଏ ଏହା ରକ୍ତଚାପ ସ୍ତରକୁ ସ୍ଥିର ରଖିବାରେ ସାହାଯ୍ୟ କରେ । ଏହା ହୃଦରୋଗର ଆଶଙ୍କା ହ୍ରାସ କରିଥାଏ ।

Leave A Reply

Your email address will not be published.